ଅବସର ଘୋଷଣା କଲେ ଭାରତୀୟ ମହିଳା ହକି ଷ୍ଟାର ଦୀପଗ୍ରେସ ଏକ୍କା

ଭୁବନେଶ୍ୱର, ୨୮।୧: ଭାରତୀୟ ହକି ଟିମ୍‌ର ଷ୍ଟାର ଦୀପଗ୍ରେସ ଏକ୍କା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ହକି ଇଣ୍ଡିଆ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ହକି ଟିମକୁ ପ୍ରଶଂସା କରିଥିଲେ । ଦୀପଗ୍ରେସ ଲେଖିଛନ୍ତି, ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଗର୍ବିତ ମନେ କରୁଛନ୍ତି।
୧୭ ବର୍ଷ ବୟସରେ ୨୦୧୧ରେ ହକିରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଦୀପଗ୍ରେସ । ଆର୍ଜେଣ୍ଟିନାରେ ସେ ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ।

Share