Categories: ଖେଳ

ଭାରତୀୟ ମହିଳା ଦଳ ରନରଅପ୍‌

ଭୁବନେଶ୍ୱର, ୨।୧୦(ତପନ ସ୍ବାଇଁ): ଚାଇନିଜ୍‌ ତାଇପେରେ ରବିବାର ଶେଷ ହୋଇଥିବା ୧୮ ବର୍ଷରୁ କମ ଏସିଆ ରଗ୍‌ବୀ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। ଭାରତ ଓ ଚାଇନିଜ୍‌ ତାଇପେ ମଧ୍ୟରେ ଫାଇନାଲ ହୋଇଥିଲା। ଏଥିରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ ୭-୧୦ ସ୍କୋରରେ ହାରି ଯାଇଥିଲା। ଭାରତୀୟ ଦଳ ଲିଗ୍‌ ପର୍ଯ୍ୟାୟରେ ୟୁଏଇ ଦଳକୁ ୧୦-୫, ଚାଇନିଜ୍‌ ତାଇପେକୁ ୫୨-୫ ଏବଂ ଥାଇଲାଣ୍ଡକୁ ୨୨-୧୯ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।

ଏହି ଭାରତୀୟ ଦଳରେ କିସ୍‌ର ଦୁଇ ଛାତ୍ରୀ ରିତୁ ମାଝୀ ଓ ମାମାଲି ସିଂ ପ୍ରତିନିଧିତ୍ୱ କରିଥିଲେ। ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏଥିରେ ମଧ୍ୟ କିସ୍‌ର ଦୁଇ ଜଣ ଛାତ୍ର ଧର୍ମାନନ୍ଦ ବିଶ୍ୱାଳ ଓ ଚରଣ ହେମ୍ବ୍ରମ ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ଦଳକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

 

Share