Categories: ଖେଳ

ଲୋ ସ୍କୋରିଂ ମ୍ୟାଚ୍‌ ସତ୍ତ୍ୱେ ଦ୍ୱିତୀୟ ଟି୨୦ ଜିତିଲା ଭାରତ

ମୀରପୁର, ୧୧ା୭: ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିବା ସହିତ ସିରିଜ୍‌ ଉପରେ ଆଗୁଆ କବ୍‌ଜା କରି ନେଇଛି ଭାରତୀୟ ମହିଳା ଟିମ୍‌। ମୀରପୁରର ଶେର ଏ ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟରେ ୯୫ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୮୭ ରନ୍‌ କରିଥିଲା। ଫଳରେ ଭାରତ ୮ ରନ୍‌ରେ ମ୍ୟାଚକୁ ଜିତିବା ସହିତ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ଉଭୟ ବ୍ୟାଟ୍‌ ଓ ବଲ୍‌ ଜରିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ।

Share