Categories: ଜାତୀୟ

ସୀମା ସୁରକ୍ଷା ପାଇଁ ଭାରତୀୟ ଯବାନ ସର୍ବଦା ଜାଗ୍ରତ: ମୋଦି

ଜୈୟସଲମେର,୧୪।୧୧: ଭାରତୀୟ ସେନା ସୀମା ସୁରକ୍ଷା ପାଇଁ ସର୍ବଦା ଜାଗ୍ରତ। ସେମାନଙ୍କୁ ଏଥିରେ କେହି ଅଟକାଇ ପାରିବେ ନାହିଁ। ଭାରତୀୟ ଯବାନଙ୍କୁ ଆହ୍ବାନ ଦେଲେ ଏହାର କଡ଼ା ଜବାବ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦୀପାବଳି ଅବସରରେ ସେ ରାଜସ୍ଥାନ ଜୈୟସଲମେରର ଲୋଙ୍ଗେ ଓ୍ବାଲାଠାରେ ଏଭଳି କହିଛନ୍ତି। ଭାରତୀୟ ସେନାଙ୍କ କର୍ତ୍ତବ୍ୟନିଷ୍ଠାକୁ ମୋଦି ପ୍ରଶଂସା କରିଛନ୍ତି। ଦୀପାବଳି ଅବସରରେ ଯବାନଙ୍କ ପାଖକୁ ସମସ୍ତ ଭାରତବାସୀଙ୍କ ଶୁଭେଚ୍ଛା ନେଇ ସୀମାକୁ ଆସିଥିବା ନେଇ ମୋଦି କହିଛନ୍ତି। ଭାରତ ମାତାର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ଯବାନଙ୍କ ପାଖରେ ଆସି ଉତ୍ସବ ପାଳନ କରିବା ଗର୍ବର ବିଷୟ ବୋଲି ମୋଦି କହିଛନ୍ତି।

Share