୪ ଦିନିଆ ତାଇଓ୍ବାନ ଗସ୍ତରେ ଆମେରିକୀୟ ଗଭର୍ନର

ତାଇପେଇ,୨୩।୮: ନିକଟରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା ଉତ୍ତେଜିତ ହୋଇପଡିଥିଲା। ଏଭଳି ସ୍ଥିତିରେ ଆମେରିକାର ଇଣ୍ଡିଆନା ପ୍ରଦେଶର ଗଭର୍ନର ଏରିକ୍‌ ହୋଲକମ୍ବ ତାଇପେଇରେ ପହଞ୍ଚିଛନ୍ତି। ଏରିକ୍‌ଙ୍କ ୪ ଦିନିଆ କାର୍ଯ୍ୟକ୍ରମ ଥିବାବେଳେ ସେ ସେମିକଣ୍ଡକ୍ଟର ଆମଦାନୀ ଉପରେ ତାଇଓ୍ବାନ ସରକାରଙ୍କ ସହ ଆଲୋଚନା କରିବେ। ଏହି ସମୟରେ ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କ ସମେତ ସେମିକଣ୍ଡକ୍ଟର ଶିଳ୍ପର ପ୍ରମୁଖ ପ୍ରତିନିଧିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପରେ ସେଠାରୁ ସେ ଦକ୍ଷିଣ କୋରିଆ ଯିବାର କାର୍ଯ୍ୟକ୍ରମ ରହିଛି।

Share