୨୮ ଏପ୍ରିଲ୍‌ ଯାଏଁ ଭାରତୀୟଙ୍କୁ ନ୍ୟୁଜିଲାଣ୍ଡ ଯିବା ମନା

ଓ୍ବିଲିଂଣ୍ଟନ/ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପକ୍ଷରୁ ୧୧ ଏପ୍ରିଲ୍‌ରୁ ୨୮ ଏପ୍ରିଲ୍‌ ଯାଏଁ ନ୍ୟୁଜିଲାଣ୍ଡ ଯିବାକୁ ବାରଣ କରାଯାଇଛି। ୧୧ ଏପ୍ରିଲ୍‌ ଅପରାହ୍ନ ୪ଟାରୁ ନ୍ୟୁଜିଲାଣ୍ଡରେ ଏହି ନିୟମ ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଘୋଷଣା କରିଛନ୍ତି। ଏହି କଟକଣା ପରବର୍ତ୍ତୀ ସମୟରେ ବଢ଼ାଯିବ କି ନାହିଁ ତାହାର ନିଷ୍ପତ୍ତି ପରେ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Share