ସ୍ମାର୍ଟଫୋନ୍‌ରେ ଶପିଂ ସାଇଟ୍‌ ଅଧିକ ସର୍ଚ୍ଚ କରୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୧୯।୭ : ସ୍ମାର୍ଟଫୋନ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ପ୍ରତିଦିନ ଫୋନ ବ୍ୟବହାର ବହୁବିଧ କ୍ଷେତ୍ରରେ କରାଯାଇଥାଏ। ଯେପରିକି ସାଇଟ୍‌ ସର୍ଚ୍ଚ, ସୋସିଆଲ ମିଡିଆ ପରିଦର୍ଶନ, ଖେଳ ଖେଳିବା ଏବଂ ଭିଡିଓ ଦେଖିବା ଇତ୍ୟାଦି। ନିକଟରେ ଏକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରୁ ଜଣାପଡିଛି ଭାରତୀୟ ଲୋକମାନେ ନିଜ ସ୍ମାର୍ଟଫୋନରେ ଅଧିକ ବ୍ୟବହାର କେଉଁଥିରେ କରନ୍ତି। ରିପୋର୍ଟରେ ସବୁକିଛି ପ୍ରକାଶ ପାଇଛି।

ସ୍ମାର୍ଟଫୋନ ଗୁଡିକ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, କିନ୍ତୁ ସାଧାରଣତ ଃ ୟୁଟିଲିଟି ବିଲ ପୈଠ ପାଇଁ ବ୍ୟବହୃତ ହୁଏ। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୮୬ ପ୍ରତିଶତ ଲୋକ ସ୍ମାର୍ଟଫୋନ ମାଧ୍ୟମରେ ୟୁଟିଲିଟି ବିଲ ପୈଠ କରନ୍ତି। ଏହା ଅତ୍ୟନ୍ତ ସୁବିଧାଜନକ ପଦ୍ଧତି, ଏବଂ ଏହା ସମୟ ମଧ୍ୟ ସଞ୍ଚୟ କରିଥାଏ।

ରିପୋର୍ଟ ଅନୁଯାୟୀ, ପ୍ରାୟ ୮୦.୮ ପ୍ରତିଶତ ଲୋକ ନିଜ ସ୍ମାର୍ଟଫୋନରୁ ଅନଲାଇନ ଶପିଂ କରନ୍ତି। ପ୍ରାୟ ୬୧.୮ ପ୍ରତିଶତ ଲୋକ ନିଜ ସ୍ମାର୍ଟଫୋନରୁ ଅତ୍ୟାବଶ୍ୟକ ସାମଗ୍ରୀ ଅର୍ଡର କରନ୍ତି। ପ୍ରାୟ ୬୬.୨ ପ୍ରତିଶତ ଲୋକ ନିଜ ସ୍ମାର୍ଟଫୋନରୁ ଅନଲାଇନ ସେବା ବୁକ କରନ୍ତି । ପ୍ରାୟ ୭୩.୨ ପ୍ରତିଶତ ଲୋକ ନିଜ ସ୍ମାର୍ଟଫୋନରୁ ତେଜରାତି ସାମଗ୍ରୀ ଅର୍ଡର କରନ୍ତି। ପ୍ରାୟ ୫୮.୩ ପ୍ରତିଶତ ଲୋକ ନିଜ ସ୍ମାର୍ଟଫୋନରୁ ଡିଜିଟାଲ ନଗଦ ଦେୟ ପ୍ରଦାନ କରନ୍ତି।

ଭାରତରେ ସ୍ମାର୍ଟଫୋନ ବ୍ୟବହାର କରୁଥିବା ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଅପେକ୍ଷା ଅଧିକ। ପ୍ରାୟ ୬୨ ପ୍ରତିଶତ ପୁରୁଷଙ୍କର ସ୍ମାର୍ଟଫୋନ ଥିବାବେଳେ କେବଳ ୩୮ ପ୍ରତିଶତ ମହିଳାଙ୍କର ସ୍ମାର୍ଟଫୋନ ଅଛି। ସ୍ମାର୍ଟଫୋନ ବ୍ୟବହାରରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଅଛି। ସହରାଞ୍ଚଳର ପ୍ରାୟ ୫୮ ପ୍ରତିଶତ ଲୋକଙ୍କର ସ୍ମାର୍ଟଫୋନ ଥିବାବେଳେ କେବଳ ୪୧ ପ୍ରତିଶତ ଗ୍ରାମାଞ୍ଚଳର ଲୋକଙ୍କର ସ୍ମାର୍ଟଫୋନ ଅଛି।

Share