ସ୍ବିସ୍‌ ଓ୍ବାଚ୍‌ର ବଢୁଛି ଚାହିଦା: ୬ମାସରେ ୯୩୩କୋଟି ଓ୍ବାଚ୍‌ କିଣିଛନ୍ତି ଭାରତୀୟ

ଟେକ୍ନୋଲୋଜିର ଦୈାଡରେ ଆଶା କରାଯାଉଥିଲା କି, ମୋବାଇଲ ଆସିବା ପରେ କ୍ୟାମେରା ପରି ଘଣ୍ଟା ମଧ୍ୟ ଏକ ର୍ଦୁଲଭ ବା କମ୍‌ ବ୍ୟବହାର ଯୋଗ୍ୟ ଜିନିଷ ହୋଇ ରହିଯିବ। କିନ୍ତୁ ଏହାକୁ ଭୂଲ ପ୍ରମାଣ କରିଛି ସ୍ବିଜରଲାଣ୍ଡର ସ୍ବିସ୍‌ ଓ୍ବାଚ୍‌। ଏହା ବିକ୍ରିର ସର୍ବଶେଷ ଆକଳନରୁ ଜଣାପଡିଛି ଯେ ଏହି ଓ୍ବାଚ୍‌ର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଏଗୁଡିକର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଓ୍ବାଚ୍‌ର ବିଭିନ୍ନ ଭେରାଇଟିକୁ ଟ୍ରାୟଲ କରାଯାଉଛି। କମ୍ପାନୀର ଏକ ଡାଟାରୁ ଜଣାପଡିଛି କି, ଗତ ବର୍ଷ ୨.୩୪ ଲକ୍ଷ କୋଟି ମୂଲ୍ୟର ସ୍ବିସ୍‌ ଘଣ୍ଟା ସାରା ବିଶ୍ୱରେ ବିକ୍ରି ହୋଇଛି।

ତେବେ ରପ୍ତାନି ହୋଇଥିବା ଘଣ୍ଟାଗୁଡ଼ିକ ମାତ୍ର ୧.୫୮ କୋଟି। ସ୍ବିସ୍‌ ୱାଚ ଇଣ୍ଡଷ୍ଟ୍ରି ଫେଡେରେସନ ଅନୁଯାୟୀ, ଏହି ସଂଖ୍ୟା ଲକଡାଉନ (୨୦୨୦)ରେ ଉତ୍ପାଦିତ ୧୩.୮ ନିୟୁତ ଘଣ୍ଟା ଠାରୁ ଅଧିକ, କିନ୍ତୁ ୨୦୧୫ ତୁଳନାରେ (୨୮୧ ନିୟୁତ) କମ୍‌ ଅଟେ।

ବିଶେଷଜ୍ଞମାନେ କହିଛନ୍ତି, ଭଲ୍ୟୁମ ବୃଦ୍ଧି କରିବା ପରିବର୍ତ୍ତେ କମ୍ପାନୀଗୁଡିକର ଧ୍ୟାନ କେବଳ ହାଇ-ଏଣ୍ଡ ୱାଚ ଉପରେ ରହିଛି। ସେଥିପାଇଁ ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସ୍ବିସ୍‌ ଘଣ୍ଟା କିଣିବାରେ ଭାରତୀୟମାନେ ମଧ୍ୟ ପଛରେ ନାହାଁନ୍ତି। ଚଳିତ ବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ଦେଶରେ ୯୩୩ କୋଟି ମୂଲ୍ୟର ସ୍ବିସ ଘଣ୍ଟା ବିକ୍ରି ହୋଇଛି।

Share