Categories: ଜାତୀୟ

ନୂଆ ନିୟମ: ଏଣିକି ସହଜରେ ନେପାଳରେ ପଶି ପାରିବେ ନାହିଁ ଭାରତୀୟ

ନୂଆଦିଲ୍ଲୀ,୩୧ା୧୦: ଭାରତୀୟଙ୍କ ପାଇଁ ନେପାଳ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଏଣିକି ନେପାଳରେ ପ୍ରବେଶ ପାଇଁ ଭାରତୀୟ ନାଗରିକଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରିଛନ୍ତି ନେପାଳ ସରକାର।

ପୂର୍ବରୁ ଯେକୌଣସି ଭାରତୀୟ ବିନା କାଗଜପତ୍ରରେ ନେପାଳରେ ପ୍ରବେଶ କରିପାରୁଥିଲେ। କିନ୍ତୁ ରବିବାରଠାରୁ ନେପାଳରେ ପ୍ରବେଶ ପାଇଁ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

ନେପାଳର ଗୃହମନ୍ତ୍ରୀ ବାଳକୃଷ୍ଣ ଖାଣ୍ଡ ଶନିବାର ଏହି ନିୟମ ଜାରି କରିଥିବା ବେଳେ ଏହା ରବିବାର ଠାରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନେପାଳର ସରକାରଙ୍କ ପକ୍ଷରୁ କୁହାଯାଇଛି, ସୀମାରେ କୌଣସି କଟକଣା ନ ଥିବାରୁ ଏହାର ପାଇଦା ଉଠାଇ ଭାରତୀୟଙ୍କ ବ୍ୟତୀତ ଅନ୍ୟ ଦେଶର ଲୋକ ମଧ୍ୟ ନେପାଳରେ ବେଶ୍‌ ସହଜରେ ପ୍ରବେଶ କରିପାରୁଛନ୍ତି । ତେଣୁ ଏହାକୁ ନେଇ ଚିନ୍ତା ବଢ଼ି ଯାଇଥିଲା । ଏଥିରେ ରୋକ ଲଗାଇଛନ୍ତି ସରକାର। ତେବେ ଏହା ପଛରେ ସୁରକ୍ଷା ସମ୍ବନ୍ଧୀୟ କାରଣ ରହିଥିବା ନେପାଳ ସରକାର କହିଛନ୍ତି ।

Share