ଟ୍ରମ୍ପଙ୍କୁ ମାତ୍‌ ଦେଲେ ଆମେରିକାରେ ରହୁଥିବା ଭାରତୀୟ, ଟ୍ରମ୍ପଙ୍କ ବଢିଲା ଟେନଶନ!

ଓ୍ବାଶିଂଟନ୍‌,୨୩।୧:ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଦ୍ରୁତ ଗତିରେ ଫାଇଲରେ ସ୍ବାକ୍ଷର କରିବା ଆରମ୍ଭ କରିଦେଇଛନ୍ତି। ସେ ଆମେରିକାର ସମସ୍ତ ପୁରୁଣା ନୀତିକୁ ପରିବର୍ତ୍ତନ କରୁଛନ୍ତି। ରାଷ୍ଟ୍ରପତି ହେବାର ୪୮ଘଣ୍ଟା ମଧ୍ୟରେ ସେ ୧୦୦ରୁ ଅଧିକ ଫାଇଲରେ ସ୍ବାକ୍ଷର କରିଛନ୍ତି। ଏହା କେବଳ ଆମେରିକାରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କର କିଛି ନିଷ୍ପତ୍ତି ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରିଛି। ଏପରି ପରିସ୍ଥିତିରେ, ସେମାନେ ରାଷ୍ଟ୍ରପତିଙ୍କ ମନମୁଖୀ ନିର୍ଦ୍ଦେଶର ମୁକାବିଲା କରିବା ପାଇଁ ଏକ ସମାଧାନ ଖୋଜି ବାହାର କରିଛନ୍ତି।

ଜନ୍ମ ଆଧାରରେ ନାଗରିକତା ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ ସବୁଠାରୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପର୍ଯ୍ୟନ୍ତ, ଆମେରିକାରେ ଜନ୍ମିତ ଲୋକମାନେ ସ୍ବୟଂଚାଳିତ ଭାବରେ ନାଗରିକତା ପାଉଥିଲେ। କିନ୍ତୁ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକରେ ସ୍ବାକ୍ଷର କରିଥିଲେ, ସେଥିରେ ଏହି ପ୍ରସଙ୍ଗ ମଧ୍ୟ ସାମିଲ ଥିଲା। ସେ ଜନ୍ମ ଅନୁସାରେ ନାଗରିକତାର ନିୟମକୁ ପରିବର୍ତ୍ତନ କରିଛନ୍ତି। ଏହି ଆମେରିକୀୟ ଆଇନରୁ ଭାରତୀୟ ଆମେରିକୀୟମାନେ ସବୁଠାରୁ ଅଧିକ ଲାଭ ପାଉଥିଲେ। ଆମେରିକାରେ ଜନ୍ମିତ ସେମାନଙ୍କର ପିଲାମାନେ ସ୍ବୟଂଚାଳିତ ଭାବରେ ଆମେରିକୀୟ ନାଗରିକ ହୋଇଯାଉଥିଲେ। ତେବେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

କିନ୍ତୁ, ବର୍ତ୍ତମାନ ଭାରତୀୟମାନେ ଅନ୍ୟଏକ ଯୋଗାଡ ବାହାର କରିଛନ୍ତି। ଗତ କିଛି ଘଣ୍ଟା ମଧ୍ୟରେ ସିଜାରିଆନ ପ୍ରସବ କରିବା ଆରମ୍ଭ ହୋଇଯାଇଛି। ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଲୋକମାନେ ଏହି ନୂଆ ନିୟମରୁ ବଞ୍ଚିବା ପାଇଁ ଏହା କରୁଛନ୍ତି। ଏହି ନୂଆ ନିୟମ ଫେବୃଆରୀ ୨୦ରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

ଆମେରିକାର ଅନେକ କ୍ଲିନିକରେ ପ୍ରସବ ପାଇଁ ଅସାଧାରଣ ଭାବରେ ଅଧିକ ସଂଖ୍ୟକ ଭିଡ ଲାଗୁଛି। କ୍ଲିନିକକୁ ଫୋନ କରୁଥିବା କିମ୍ବା ପରିଦର୍ଶନ କରୁଥିବା ଅଧିକାଂଶ ମହିଳା ଭାରତୀୟ, ଯେଉଁମାନେ ଆଠ କିମ୍ବା ନଅ ମାସର ଗର୍ଭବତୀ। ସେମାନେ ଫେବୃଆରୀ ୨୦ପୂର୍ବରୁ ସି-ସେକ୍ସନ କରିବାକୁ ଚାହୁଁଛନ୍ତି। ଏହି ମହିଳାଙ୍କ ମଧ୍ୟରୁ କିଛିଙ୍କ ଗର୍ଭାବସ୍ଥା ବହୁତ କମ। ଆମେରିକୀୟ ଡାକ୍ତରଙ୍କ ଅନୁଯାୟୀ ଜଣେ ମହିଳା ଯିଏ ମାତ୍ର ସାତ ମାସର ଗର୍ଭବତୀ ଥିଲେ। ସେ ତାଙ୍କ ସ୍ବାମୀଙ୍କ ସହ ଆସି ପ୍ରସବ ପାଇଁ ଅନୁରୋଧ କରିଥିଲେ। ହେଲେ ତାଙ୍କର ପ୍ରସବ ମାର୍ଚ୍ଚ ମାସରେ ହେବାକୁ ଯାଉଛି।

ଏହି ପରିସ୍ଥିତି ଦର୍ଶାଉଛି ଯେ ନାଗରିକତ୍ୱର ଶେଷ ତାରିଖ ପୂର୍ବରୁ ସନ୍ତାନ ଜନ୍ମ କରିବାର ଇଚ୍ଛା ବୃଦ୍ଧି ପାଇଛି। ଫେବୃଆରୀ ୨୦ପରେ, ଯେଉଁ ପିଲାମାନଙ୍କର ପିତାମାତା ଅସ୍ଥାୟୀ ଭିସାରେ ଆମେରିକାରେ ରହୁଛନ୍ତି, ସେମାନଙ୍କୁ ନାଗରିକତା ମିଳିବ ନାହିଁ। ଏବେ ଆମେରିକାରେ ଭାରତୀୟମାନଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ତାଙ୍କୁ ଗ୍ରୀନ କାର୍ଡ ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡିଛି। ଏବେ, ନାଗରିକତାର ଭୟ ସେମାନଙ୍କ ମୁଣ୍ଡବିନ୍ଧା ବଢାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri