Advertisement
Categories: ଜାତୀୟ

ପୁଣି ସହାୟତାର ହାତ ବଢାଇଲେ ସୁଷମା

ନୂଆଦିଲ୍ଲୀ,୨୭।୪: ସୁଦୂର କାନାଡାରେ ଜଣେ ଯୁବ ଇଞ୍ଜିନିୟର ଓ ତାଙ୍କ ପୁଅ ସୁଇମିଂ ପୁଲରେ ବୁଡି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ହେଲେ ଅର୍ଥାଭାବରୁ ସେମାନଙ୍କ ମୃତ ଦେହ ଭାରତ ଆସି ପାରୁ ନ ଥିବା ଜାଣି ସୁଷମା କହିଛନ୍ତି ଯେତେ ସମ୍ଭବ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ ଓ ତୁରନ୍ତ ସେମାନଙ୍କ ମୃତଦେହକୁ ଭାରତ ଆଣିବାର ବ୍ୟବସ୍ଥା କରାଯିବ। ଟଙ୍କା ପାଇଁ ଏହି କାର୍ଯ୍ୟ ଅଟକି ଯିବନାହିଁ ବୋଲି ସେ କଥା ଦେବା ପରେ ଉକ୍ତ ଇଞ୍ଜିନିୟରଙ୍କ ପରିବାର ଆଶ୍ୱସ୍ତି ଲାଭ କରିଛନ୍ତି। ଏନେଇ ସୁଷମା କାନାଡାରେ ଅବସ୍ଥାପିତ ଭାରତୀୟ ହାଇ କମିଶନଙ୍କ ସହ କଥା ହୋଇଛନ୍ତି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର କନ୍ନୌଜ ବାସିନ୍ଦା ରାମ ନିଓ୍ବାସ ମିଶ୍ର କାନାଡାରେ ସପ୍ଟଓ୍ବେୟର ଇଞ୍ଜିନିୟର ଭାବେ କାମ କରୁଥିଲେ। ତାଙ୍କ ସହ ତାଙ୍କ ଦୁଇ ପୁଅ ଓ ପତ୍ନୀ କାନାଡାରେ ରହୁଥିଲେ। ନିକଟରେ ରାମ ନିଓ୍ବାସ ଓ ତାଙ୍କ ଦୁଇ ପୁଅ ଏକ ସୁଇମିଂ ପୁଲ୍‌ରେ ଗାଧୋଉଥିବା ସମୟରେ ହଠାତ୍‌ ବୁଡି ଯାଇଥିଲେ। ଉଦ୍ଧାର ହେବା ବେଳକୁ ରାମ ନିଓ୍ବାସ ଓ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ବଡ ପୁଅ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରହିଛନ୍ତି। ଆଉ ଏହି ଖବର ପାଇବା ପରେ ରାମ ନିଓ୍ବାସଙ୍କ ପତ୍ନୀଙ୍କ ଅବସ୍ଥା ଖରାପ ହୋଇଯାଇଛି। ସେ ଏବେ କାନାଡାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share