ମୋବାଇଲରେ ଦୈନିକ ୪.୮ ଘଣ୍ଟା ବିତାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ,୧୫ା୧୧: ସ୍ମାର୍ଟଫୋନରେ ସବୁଠାରୁ ଅଧିକ ସମୟ ବିତାଉଥିବା କ୍ଷେତ୍ରରେ ଭାରତର ସ୍ଥାନ ୪ର୍ଥରେ ରହିଛି। ମୋବାଇଲ ଆପ୍‌ ଆନାଲିଷ୍ଟ କମ୍ପାନୀ ଏପ୍‌ ଏନି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଦୈନିକ ୫.୫ ଘଣ୍ଟା ସମୟ ସହ ତାଲିକାରେ ଇଣ୍ଡୋନେସିଆ ପ୍ରଥମ ସ୍ଥାନରେ ରହିଛି। ୫.୪ ଘଣ୍ଟା ସହ ବ୍ରାଜିଲ ୨ୟ, ୫ ଘଣ୍ଟା ସହ ଦକ୍ଷିଣ କୋରିଆ ତୃତୀୟ, ୪.୮ ଘଣ୍ଟା ସହ ଭାରତ ଚତୁର୍ଥ ଏବଂ ମେକ୍ସିକୋ ୫ମ ସ୍ଥାନରେ ରହିଛି। ସେହିଭଳି ଷଷ୍ଠରେ ଜାପାନ, ସପ୍ତମରେ କାନାଡା, ଅଷ୍ଟମରେ ରୁଷିଆ, ନବମରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦଶମରେ ତୁର୍କୀ ରହିଛି।

Share