ଗତ ୬ମାସରେ ୫ହଜାର କୋଟି ଟଙ୍କାର କସେମେଟିକ୍‌ କିଣିଛନ୍ତି ମହିଳା, ୪୦ପ୍ରତିଶତ ଅନଲାଇନ ଶପିଂ

ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଜଣାପଡିଛି କି, ଗତ ୬ମାସ ମଧ୍ୟରେ ୫୦୦୦କୋଟି ଟଙ୍କା ମୂଲ୍ୟର ଲିପଷ୍ଟିକ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି।

କାନ୍ତାରର ରିପୋର୍ଟ ଅନୁଯାୟୀ, ଭାରତର ଟପ୍‌-୧୦ ସହରରେ ୫ହଜାର କୋଟି ଟଙ୍କାର ପ୍ରସାଧନ ସାମଗ୍ରୀ କିଣାଯାଇଛି। ଏହି କସମେଟିକ ଦ୍ରବ୍ୟ କିଣୁଥିବା ସମସ୍ତ ମହିଳା କାର୍ଯ୍ୟରତ ମହିଳା ଅଟନ୍ତି। ରିପୋର୍ଟରୁ ଜଣାପଡିଛି କି, ୪୦ ପ୍ରତିଶତ କସମେଟିକ ଅନଲାଇନରୁ ଶପିଂ କରାଯାଇଛି। ୩୬ ପ୍ରତିଶତ ସିଧାସଳଖ ଦୋକାନୀଙ୍କ ଠାରୁ କିଣାଯାଇଛି।

ମୋଟ୍‌ କସମେଟିକ୍‌ ବିକ୍ରିରେ ସର୍ବାଧିକ ୩୮ପ୍ରତିଶତ ଲିପଷ୍ଟିକ କିଣାଯାଇଛି। ଛଅ ମାସ ମଧ୍ୟରେ ୩.୧କୋଟି ଲିପଷ୍ଟିକ, ୨.୬କୋଟି ନେଲପଲିସ, ୨.୩କୋଟି ଆଇ କସମେଟିକ୍‌ ଏବଂ ୨.୨କୋଟି ଫେସ୍‌ କସମେଟିକ୍‌ ପ୍ରଡକ୍ଟ କ୍ରୟ କରାଯାଇଛି। ଅଧ୍ୟୟନରେ ଦର୍ଶାଯାଇଛି ଯେ, ମହିଳାମାନଙ୍କର ଏପରି ପ୍ରସାଧନ ସାମଗ୍ରୀ କିଣିବା ନିଶା ଯୋଗୁ ଆଗକୁ ଏସବୁର ଭେରାଇଟି ସହ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ।

Share