ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି

କ୍ୱିଭ୍‌,୨୭।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ଆଜି ଚତୁର୍ଥ ଦିନ। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆଉ ଏକ ଆଶ୍ୱସ୍ତିକର ଖବର ଆସିଛି। ୟୁକ୍ରେନ ରେଳ ବିଭାଗ କ୍ୱିଭରୁ ଜରୁରୀକାଳୀନ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଆହୁରି ମଧ୍ୟ, ପଶ୍ଚିମ ଅଞ୍ଚଳକୁ ଯିବାକୁ ପ୍ରବାସୀ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ,ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌କୁ ଦଖଲ କରିବା ପାଇଁ ରୁଷିଆ ଆକ୍ରମଣକୁ ତୀବ୍ର କରିଛି। ରୁଷିଆ ଆକ୍ରମଣରେ ଏପର୍ଯ୍ୟନ୍ତ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆମେରିକା, ୟୁରୋପୀୟ ସଂଘ ଏବଂ ବ୍ରିଟେନ ଦ୍ୱାରା ରୁଷିଆର ସେଣ୍ଟ୍ରାଲ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ରୁଷିଆ ବିମାନଗୁଡ଼ିକ ପାଇଁ ଜର୍ମାନୀ ଏହାର ବାୟୁ ସ୍ଥାନକୁ ବନ୍ଦ କରିଦେଇଛି।

Share