Posted inଜାତୀୟ

ଅତ୍ୟଧିକ ଆଣ୍ଟିବାୟୋଟିକ୍‌ ବ୍ୟବହାର କରୁଛନ୍ତି ଭାରତୀୟ: ଲାନ୍‌ସେଟ୍‌

ନୂଆଦିଲ୍ଲୀ, ୭ା୯: କୋଭିଡ୍‌-୧୯ ମହାମାରୀବେଳେ ଡୋଲୋ-୬୫୦ ଟାବ୍‌ଲେଟ୍‌ର ବହୁଳ ବ୍ୟବହାର ବିତର୍କକୁ ଆସିଥିବାବେଳେ ଏବେ ଭାରତୀୟଙ୍କ ଆଣ୍ଟିବାୟୋଟିକ୍‌ ଔଷଧ ସେବନ ଉଦ୍‌ବେଗଜନକ ହୋଇଛି। ୨୦୧୯ରେ ଭାରତରେ ବ୍ୟବହୃତ ଟାବ୍‌ଲେଟ୍‌ ମଧ୍ୟରୁ ସର୍ବାଧିକ ହେଉଛି ଆଜିଥ୍ରୋମାଇସିନ୍‌। ଏ ନେଇ ଲାନ୍‌ସେଟ୍‌ ରିଜିଓନାଲ ହେଲ୍‌ଥ ସାଉଥ୍‌ଇଷ୍ଟ ଏସିଆ ପତ୍ରିକାରେ ରିପୋର୍ଟ ପ୍ରକାଶ ପାଇଛି। ଚିନ୍ତାର ବିଷୟ ହେଉଛି ଘରୋଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଣ୍ଟିବାୟୋଟିକ୍‌ ଔଷଧ ମଧ୍ୟରୁ ୪୭%କୁ କେନ୍ଦ୍ରୀୟ ଡ୍ରଗ୍‌ ନିୟନ୍ତ୍ରକଙ୍କ ମଞ୍ଜୁରୀ ମିଳିନାହିଁ।
ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖାଯିବା ପାଇଁ ଗାଇଡ୍‌ଲାଇନ୍‌ ଅଣାଯିବା ଉଦ୍ଦେଶ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। ବୋଷ୍ଟନ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ସହ ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ, ନୂଆଦିଲ୍ଲୀର ସେନ୍ଥିଲ ଗଣେଶ ଏବଂ ଶକ୍ତିଭେଲ୍‌ ସେଲଭରାଜ୍‌ଙ୍କ ଦ୍ୱାରା ଏହି ଗବେଷଣା କରାଯାଇଛି। ଏଥିପାଇଁ ଗବେଷକମାନେ ଫାର୍ମା-ଟ୍ରାକ୍‌ର ତଥ୍ୟକୁ ବିଶ୍ଲେଷଣ କରିଥିଲେ। ପ୍ରାୟ ୫ ହଜାର ଫାର୍ମାସ୍ୟୁଟିକାଲ୍‌ (ଔଷଧ ପ୍ରସ୍ତୁତକାରୀ) କମ୍ପାନୀର ଉତ୍ପାଦ ରଖୁଥିବା ୯ ହଜାର ଷ୍ଟକିଷ୍ଟଙ୍କ ଠାରୁ ଡାଟା ସଂଗ୍ରହ କରାଯାଇଥିଲା। ସାଧାରଣତଃ ଶରୀରରେ ଜୀବାଣୁ ବା ବ୍ୟାକ୍ଟେରିଆଜନିତ ସଂକ୍ରମଣ ରୋକିବା ପାଇଁ ଆଣ୍ଟିବାୟୋଟିକ୍‌ ବ୍ୟବହାର କରାଯାଏ। ରିସର୍ଚ୍ଚରୁ ଜଣାପଡ଼ିଛି, ଆଜିଥ୍ରୋମାଇସିନ୍‌ ୫୦୦ ଏମ୍‌ଜିଙ୍କୁ ଭାରତରେ ସର୍ବାଧିକ ସେବନ କରାଯାଇଥିବାବେଳେ ଏହା ତଳକୁ ସେଫିକ୍ସିମି ୨୦୦ ଏମ୍‌ଜି ଟାବ୍‌ଲେଟ୍‌ ରହିଛି। ଆମେରିକା, ୟୁରୋପ ଭଳି ଭାରତରେ ଆଣ୍ଟିବାୟୋଟିକ୍‌ ବ୍ୟବହାରର ତଦାରଖ କରିବା ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ। ଘରୋଇ ସେକ୍ଟରରେ ୮୫ରୁ ୯୦% ଆଣ୍ଟିବାୟୋଟିକ୍‌ ବ୍ୟବହାର କରାଯାଉଛି। ଔଷଧ ସେବନକୁ ଏହାର ମୂଲ୍ୟ, ସଂଖ୍ୟା ଓ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଧାରିତ ପରିମାଣ ଆଧାରରେ ହିସାବ କରାଯାଇଥାଏ। ଏହା ବିଭିନ୍ନ ଦେଶ ଓ ଅଞ୍ଚଳରେ ଭିନ୍ନ ଭିନ୍ନ ରହିଥାଏ। ଅନ୍ତର୍ଜାତୀୟ ସ୍ତରରେ ଏହାର ଆକଳନ ପାଇଁ ଡିଫାଇଣ୍ଡ ଡେଲି ଡୋଜ୍‌ (ଡିଡିଡି) ପ୍ରସ୍ତୁତ କରାଯାଇଛି। ବୟସ୍କମାନେ ଏକ ନିର୍ଦ୍ଦିଷ୍ଟ ଔଷଧକୁ ଦୈନିକ ହାରାହାରି କେତେ ମାତ୍ରାରେ ସେବନ କରନ୍ତି ତାହା ଏହି ମାପକାଠିରୁ ସ୍ପଷ୍ଟ ହୋଇଥାଏ। ରିପୋର୍ଟ ଅନୁଯାୟୀ, ୨୦୧୯ରେ ଏହା ୫,୦୭୧ ନିୟୁତ (୧୦.୪ ଡିଡିଡି/୧୦୦୦/ଦୈନିକ)ଥିଲା। ମଞ୍ଜୁରୀ ମିଳି ନ ଥିବା ଏବଂ ବହୁମାତ୍ରାରେ ବ୍ୟବହାର ହୋଇଥିବା ଆଣ୍ଟିବାୟୋଟିକ୍‌ ମଧ୍ୟରେ ସେଫାଲୋସ୍ପୋରିନ୍ସ, ମାକ୍ରୋଲାଇଡ୍‌ସ, ପେନିସିଲିନ୍‌ ତାଲିକାର ଶୀର୍ଷରେ ରହିଛି। ଲୋକେ ମନଇଚ୍ଛା ତଥା ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍‌ ଖାଉଛନ୍ତି। ଏହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ମଞ୍ଜୁରୀପ୍ରାପ୍ତ ଔଷଧର ବିକ୍ରି ଓ ବ୍ୟବହାରକୁ ଗୁରୁତ୍ୱ ଦିଆଯିବା ସହ ସ୍ବତନ୍ତ୍ର ଗାଇଡ୍‌ଲାଇନର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଠିଲା ବେଳକୁ ଅଗଣାରେ ଭାଲୁ, ପରେ ଯୁବକଙ୍କୁ ଯାହା କଲା…

ପାଟଣା,୬।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସ୍ବାମ ପୁରୁଣା ମୁଣ୍ଡା ସାହିକୁ ରବିବାର ସକାଳୁ ଏକ ବଣୁଆ ଭାଲୁ ପଶି ଆସିଥିଲା। ପରେ...

ଟ୍ରମ୍ପଙ୍କ ଟାରିଫ୍‌, ମୋଦିଙ୍କ Make in Indiaକୁ ଜୋରଦାର୍‌ ଝଟ୍‌କା!

ନୂଆଦିଲ୍ଲୀ,୬।୪:ଏପ୍ରିଲ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଶ୍ୱର ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଘୋଷଣା କରିଛନ୍ତି। ଯାହା ପରେ ସାରା...

Waqf Amendment Bill 2025: ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ଓ୍ବକଫ୍‌ ସଂଶୋଧିତ ବିଲ୍‌

ନୂଆଦିଲ୍ଲୀ,୬।୪: ଆଇନ୍‌ରେ ପରିଣତ ହୋଇଛି ଓ୍ବକଫ୍‌ ସଂଶୋଧିତ ବିଲ୍‌। ସଂସଦର ଉଭୟ ଗୃହରେ ବିଲ୍‌ଟି ପାସ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ...

ଅନୁଗୋଳରେ ଏନକାଉଣ୍ଟର, କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକ ଗୁରୁତର 

ଅନୁଗୋଳ ଅଫିସ,୬।୪(ମାନସ ବିଶ୍ୱାଳ): ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ଶନିବାର ବିଳମ୍ବତ ରାତିରେ ଏନକାଉଣ୍ଟର ହୋଇଛି।...

୫୬ ହଜାରକୁ ଖସିପାରେ ସୁନା ଦର

ନୂଆଦିଲ୍ଲୀ,୬।୪: ସୁନା ଦର ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିବାବେଳେ ଆଗାମୀ ବର୍ଷରେ ଏହା ସମ୍ଭବତଃ ୩୮%ହ୍ରାସ ପାଇ ୫୬,୦୦୦ ଟଙ୍କାକୁ ଖସିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ...

ମିଳିତ ଉଦ୍ୟମ ହେଲେ ଆଗକୁ ଯାଇପାରିବା: କନକବର୍ଦ୍ଧନ

ଭୁବନେଶ୍ୱର,୬ା୪ (ଅନୁରାଧା ମହାରଣା):ରାଜ୍ୟରେ ଶିଳ୍ପ ତଥା ଔଦ୍ୟୋଗିକ ସମ୍ଭାବନାର ସୁଯୋଗ ରହିଛି। ମିଳିତ ଉଦ୍ୟମ ହେଲେ ଆମେ ଆଗକୁ ଯାଇପାରିବା ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ...

ଅବମାନନା କରୁ ନ ଥିବା ଲୋକଙ୍କୁ କାହିଁକି ଗାଳି କରିବି: ଜୟନାରାୟଣ

ସମ୍ବଲପୁର,୬।୪(ପ୍ରମୋଦ ବହିଦାର): ଅବମାନନା କରୁ ନ ଥିବା ବ୍ୟକ୍ତିଙ୍କୁ ଗାଳିଗୁଲଜର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ମଧ୍ୟ ଟାଉନ ଥାନା ଅଧିକାରୀ ସୁବ୍ରତ କୁମାର ମେହେରଙ୍କ...

ଇଡି ପରେ ଭିଜିଲାନ୍ସର ତଦନ୍ତ ଆରମ୍ଭ

ଭବାନୀପାଟଣା,୬୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ରେଞ୍ଜର ଚମ୍ପାଚୁଆଁ ବିଟ୍‌ରେ ବନୀକରଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image