Categories: ଖେଳ

ବିଶ୍ୱ ରେକର୍ଡ ଆହୁରି ମଜଭୁତ କଲା ଭାରତ

ତ୍ରିନିଦାଦ,୨।୮: ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଟିମ ଇଣ୍ଡିଆ ୨୦୦ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସିରିଜକୁ ୨-୧ରେ କବ୍ଜା କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳର କ୍ରମାଗତ ୧୩ତମ ଦ୍ୱିପାକ୍ଷିକ ଦିନିକିଆ ସିରିଜ ବିଜୟ। ଏହା ସହିତ ଟିମ ଇଣ୍ଡିଆ କୌଣସି ଗୋଟିଏ ଦଳ ବିପକ୍ଷରେ କ୍ରମାଗତ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଜିତିବାର ରେକର୍ଡକୁ ମଜଭୁତ କରିଛି।
ଏହି ବିଶ୍ୱ ରେକର୍ଡରେ ଭାରତୀୟ ଦଳ ପ୍ରଥମ ସ୍ଥାନରେ ଅଛି। ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ଅଛି। ୧୯୯୬ ପରଠାରୁ ଜିମ୍ବାୱେ ବିପକ୍ଷରେ ପାକିସ୍ତାନ କ୍ରମାଗତ ୧୧ଟି ଦିନିକିଆ ସିରିଜ ଜିତିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଜିତିଥିବା ଶେଷ ୧୩ଟି ସିରିଜରେ ଘରୋଇ ପଡ଼ିଆରେ ୱେଷ୍ଟଇଣ୍ଡିଜକୁ ୬ ଥର, କାରାବିଆନ ମାଟିରେ ୭ଥର ପରାସ୍ତ କରିବାରେ ସଫଳ ହୋଇଛନ୍ତି।
ଭାରତୀୟ ଦଳ ୨୦୦୭ରୁ ଏହି ସିରିଜ ଆରମ୍ଭ କରିଥିଲା, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଏଥି ସହିତ ୱେଷ୍ଟଇଣ୍ଡିଜ ବିପକ୍ଷ ଗତ ୧୦ ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ମଧ୍ୟ ପାକିସ୍ତାନ କ୍ରମାଗତ ଭାବେ ଜିତିଛି।

Share