Categories: ଖେଳ

ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟ୍‌ବଲ୍‌: ୨୬ ଜଣିଆ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ,୩୦।୧୨: କାତାରରେ ଖେଳାଯିବାକୁ ଥିବା ବେଳେ ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଶନିବାର ୨୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଦଳର ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌ ଏହି ଦଳ ଘୋଷଣା କରିଛନ୍ତି। ଏଏଫ୍‌ସି ଏସିଆନ୍‌ କପ୍‌ ପାଇଁ ଭାରତ ଗ୍ରୁପ୍‌ ବିରେ ସ୍ଥାନ ପାଇଥିବା ବେଳେ ଅଷ୍ଟ୍ରେଲିଆ, ଉଜ୍‌ବେକିସ୍ତାନ ଓ ସିରିଆ ଅନ୍ୟ ୩ ଦଳ ଭାବରେ ରହିଛନ୍ତି। ପଞ୍ଚମ ଥର ପାଇଁ ଭାରତ ଏଏଫ୍‌ସି ଏସିଆନ୍‌ କପ୍‌ ଫୁଟ୍‌ବଲ୍‌ ଖେଳିବାକୁ ଯାଉଥିବା ବେଳେ ଶନିବାର ଦଳ କାତାରରେ ପହଞ୍ଚିବ।

ଭାରତ ଏହାର ପ୍ରଥମ ଦୁଇ ମ୍ୟାଚ୍‌ ଅହମଦ ବିନ୍‌ ଅଲି ଷ୍ଟାଡିୟମରେ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ଉଜବେକିସ୍ତାନ ବିପକ୍ଷରେ ଖେଳିବ। ତୃତୀୟ ମ୍ୟାଚ୍‌ଟି ସିରିଆ ବିପକ୍ଷରେ ଅଲ ଖୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତର ୩ଟି ଯାକ ମ୍ୟାଚ୍‌ ଶକ୍ତିଶାଳୀ ଦଳ ଗୁଡିକ ବିପକ୍ଷରେ ରହିଛି। ତେବେ ଭାରତ ସେମାନଙ୍କୁ କଡା ଟକ୍କର ଦେବା ନେଇ ଷ୍ଟିମାକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଭାରତୀୟ ଦଳ:

ଗୋଲକିପର୍ସ: ଅମରିନ୍ଦର ସିଂ, ଗୁରପ୍ରୀତ ସିଂ ସାନ୍ଧୁ, ବିଶାଲ କେଥ୍‌।

ଡିଫେଣ୍ଡର୍ସ: ଆକାଶ ମିଶ୍ର, ଲାଲଚୁଙ୍ଗନୁଙ୍ଗା, ମେହତାବ ସିଂ, ନିଖିଲ ପୂଜାରୀ, ପ୍ରୀତମ କୋଟାଲ, ରାହୁଲ ଭେକେ, ସନ୍ଦେଶ ଝିଙ୍ଗାନ,ଶୁଭାଶିଷ ବୋଷ।

ମିଡଫିଲ୍ଡର୍ସ: ଅନିରୁଦ୍ଧ ଥାପା, ବ୍ରେଣ୍ଡନ ଫର୍ନାଣ୍ଡେସ୍‌, ଦୀପକ ଟାଙ୍ଗ୍ରି, ଲାଲେଙ୍ଗମାଇଓ୍ବା ରାଲ୍‌ଟେ, ଲିଷ୍ଟନ କୋଲାକୋ, ନାଓରେମ ମହେଶ ସିଂ, ସହଲ ଅବଦୁଲ ସମଦ, ସୁରେଶ ସିଂ ଓ୍ବାଙ୍ଗଜାମ, ଉଦାନ୍ତା ସିଂ।

ଫରଓ୍ବାର୍ଡସ: ଇଶାନ ପଣ୍ଡିତା,ଲାଲିଆଞ୍ଜୁଲା ଛାଙ୍ଗଟେ, ମାନବୀର ସିଂ, ରାହୁଲ କନୋଲେ ପ୍ରବୀଣ, ସୁନୀଲ ଛେତ୍ରୀ ଓ ବିକ୍ରମ ପ୍ରତାପ ସିଂ।

Share