Posted inଖେଳ

ଭାରତର ୩ ସ୍ପିନର ରଣନୀତି

ଚେନ୍ନାଇ, ୪।୨- ଭାରତ-ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟ ସ୍ଥାନୀୟ ଚେପକ୍‌ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚେପକ୍‌ ପିଚ୍‌ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ। ତେଣୁ ପ୍ରଥମ ଟେଷ୍ଟରେ ଦଳ ୩ ସ୍ପିନରଙ୍କୁ ନେଇ ଖେଳିବା ଶତପ୍ରତିଶତ ସମ୍ଭାବନା ରହିଛି। ଅଷ୍ଟ୍ରେଲିଆରେ ପେସ୍‌ ବୋଲରଙ୍କ ସଫଳତା ଯୋଗୁ ଭାରତ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା। ମାତ୍ର ଘରୋଇ ପରିବେଶରେ ତାହା କାମ ଦେବା ସମ୍ଭାବନା ନ ଥିବାରୁ ଭାରତ ୩ ସ୍ପିନର ରଣନୀତି ଅବଲମ୍ବନ କରିବା ଏକପ୍ରକାର ନିଶ୍ଚିତ। ଚେପକ୍‌ ପିଚ୍‌ରେ ସାଧାରଣତଃ ପ୍ରଥମ ଦିବସରେ ବାଉନ୍ସ ମିଳିଥାଏ। ଦ୍ୱିତୀୟ ଓ ତୃତୀୟ ଦିବସ ବ୍ୟାଟିଂ ପାଇଁ ଉପଯୋଗୀ ହେଉଥିବାବେଳେ ପରବର୍ତ୍ତୀ ୨ ଦିନରେ ବଲ୍‌ ଟର୍ନ କରିଥାଏ। ତେଣୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରିଷ୍ଟ ସ୍ପିନର କୁଲଦୀପ ଯାଦବ ପ୍ରଥମ ପସନ୍ଦ ରହିବେ। ଅବଶିଷ୍ଟ ୨ ସ୍ପିନର ଓ୍ବାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବ। ଯଦି ମ୍ୟାନେଜମେଣ୍ଟ ବ୍ୟାଟିଂ ଲାଇନ୍‌ଅପ୍‌କୁ ଦୃଢ଼ କରିବାକୁ ଚାହିଁବ ତେବେ ସୁନ୍ଦର ଆଗରେ ରହିବେ। ମାତ୍ର ନିକଟରେ ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ବାମହାତୀ ସ୍ପିନର ଲସିଥ ଏମ୍ବୁଲଡେନିୟା ପ୍ରଭାବୀ ରହିଥିଲେ। ତେଣୁ ଏହାକୁ ବିଚାରକୁ ନେଲେ ଅକ୍ଷର ଆଗକୁ ଆସିଯିବେ। ବାମହାତୀ ସ୍ପିନର ରହିଲେ ବୋଲିଂ ବିଭାଗ ମଧ୍ୟ ଅଧିକ ସନ୍ତୁଳିତ ହୋଇପାରିବ। ଭାରତର ୬ ବ୍ୟାଟ୍ସମ୍ୟାନ ପ୍ରାୟତଃ ଚୂଡ଼ାନ୍ତ ହୋଇ ସାରିଛି। ସେମାନେ ହେଲେ ରୋହିତ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ ଓ ରିଷଭ ପନ୍ତ। ହାର୍ଦ୍ଦିକ ପାଣ୍ଡ୍ୟା ଅଭ୍ୟାସ ଆରମ୍ଭ କରିଥିଲେ ହେଁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଯଶପ୍ରୀତ ବୁମ୍‌ରା ପ୍ରଥମ ପସନ୍ଦ ଦ୍ରୁତ ବୋଲର ହୋଇଥିବାବେଳେ ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବଛାଯିବ।
ଇଂଲଣ୍ଡ ବୋଲିଂ ବିଭାଗ କଥା ବିଚାର କରାଗଲେ ପେସ୍‌ ବୋଲିଂ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଖେଳିବା ନିଶ୍ଚିତ। ଜେମ୍ସ ଆଣ୍ଡରସନ ଓ ଜୋଫ୍ରା ଆର୍ଚର ଫାଷ୍ଟ ବୋଲିଂ ଆକ୍ରମଣ ଦାୟିତ୍ୱରେ ରହିବେ ଏବଂ ସ୍ପିନ ଚ୍ୟାଲେଞ୍ଜ ସମ୍ଭାଳିବେ ଅଫ୍‌ ସ୍ପିନର ଡମ୍‌ ବେସ୍‌ ଓ ବାମହାତୀ ଜ୍ୟାକ୍‌ ଲିଚ୍‌।
୧୯୩୩ରୁ ୨୦୧୬ ମଧ୍ୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଭାରତରେ ୬୦ଟି ଟେଷ୍ଟ ଅନୁଷ୍ଠିତ ହୋଇଛି। ଏଥିରୁ ଭାରତ ୧୯ଟି ଜିତିଥିବାବେଳେ ଇଂଲଣ୍ଡ ୧୩ଟିରେ ବିଜୟୀ ହୋଇଛି। ଅବଶିଷ୍ଟ ୨୮ଟି ମ୍ୟାଚ ଡ୍ର ରହିଛି।

କୋହଲି ଆଗରେ
ଭାରତରେ ଟେଷ୍ଟ ଖେଳାଯିବା ଅବସରରେ ଉଭୟ ଦଳ ମଧ୍ୟରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ରନ ସ୍କୋରରଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ଅଧିନାୟକ ବିରାଟ କୋହଲି। ସେ ୯ ଟେଷ୍ଟରୁ ୭୦.୨୫ ଆଭରେଜରେ ୮୪୩ ରନ ସ୍କୋର କରିଛନ୍ତି। ଏହା ମଧ୍ୟରେ ୨ ଶତକ ଓ ୩ ଅର୍ଦ୍ଧଶତକ ସାମିଲ। ଅନ୍ୟ ୪ ବ୍ୟାଟ୍ସମ୍ୟାନ ହେଲେ ଚେତେଶ୍ୱର ପୂଜାରା (୯ ମ୍ୟାଚ, ୬୪.୫୩ ଆଭରେଜରେ ୮୩୯ ରନ, ୪ ଶତକ, ୧ ଅର୍ଦ୍ଧଶତକ), ଜୋ ରୁଟ୍‌ ( ୬ ମ୍ୟାଚ, ୫୩.୦୯ ଆଭରେଜରେ ୫୮୪ ରନ, ୧ ଶତକ, ୫ ଅର୍ଦ୍ଧଶତକ), ରବିଚନ୍ଦ୍ରନ ଅଶ୍ୱିନ (୯ ମ୍ୟାଚ, ୪୯.୦୯ ଆଭରେଜରେ ୫୪୯ ରନ, ୬ ଅର୍ଦ୍ଧଶତକ) ଏବଂ ମୋଇନ ଅଲୀ (୫ ମ୍ୟାଚ, ୪୨.୩୩ ଆଭରେଜରେ ୩୮୧ ରନ, ୨ ଶତକ, ୧ ଅର୍ଦ୍ଧଶତକ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଶାମିଙ୍କ ପରେ ତାଙ୍କ ଝିଅଙ୍କୁ ଟାର୍ଗେଟ: ହୋଲି ଖେଳିବା ଇସଲାମରେ ଅପରାଧ

କୋଲକାତା,୧୬ା୩: ସର୍ବଭାରତୀୟ ମୁସଲିମ ଜମାତ ସଭାପତି ମୌଲାନା ଶାହାବୁଦ୍ଦିନ ରଜଭି ଭାରତୀୟ ପେସର ମହମ୍ମଦ ଶାମିଙ୍କ ପରେ ତାଙ୍କ ଝିଅଙ୍କୁ ଟାର୍ଗେଟ କରିଛନ୍ତି। ଶାମିଙ୍କ ଝିଅ...

PSL ଛାଡି IPL ଖେଳିବାକୁ ପଳେଇ ଆସିଲେ ଦକ୍ଷିଣ ଆଫ୍ରିକା ଖେଳାଳି; ଲିଗାଲ ନୋଟିସ ପଠାଇଲା ପାକିସ୍ତାନ

କରାଚୀ,୧୬ା୩: ଆଗାମୀ ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ରୁ ଓହରିଯାଇଥିବା ଦକ୍ଷିଣ ଆଫ୍ରିକାର ୩୦ ବର୍ଷୀୟ ଅଲରାଉଣ୍ଡର କର୍ବିନ ବୋଶ୍ଚଙ୍କୁ ଚୁକ୍ତି ଉଲ୍ଲଂଘନ କରିବା ଲାଗି ପାକିସ୍ତାନ...

ପାକିସ୍ତାନ ବିପକ୍ଷରେ ଭାରତୀୟ କ୍ରିକେଟର ପ୍ରାଧାନ୍ୟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେକ୍ସ ଫ୍ରିଡମ୍ୟାନ ପଡକାଷ୍ଟରେ କ୍ରିକେଟ ଫିଲ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତୀବ୍ରତା ସମ୍ପର୍କରେ ନିଜ ମତାମତ ରଖିଛନ୍ତି।...

IPLରେ ରୋହିତଙ୍କ ପାଇଁ କାଳ ଏହି ବୋଲର୍‌

ନୂଆଦିଲ୍ଲୀ,୧୬।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହେବାକୁ ଯାଉଛି। ଗତ ୧୭ ସିଜିନରେ ଅନେକ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା...

ଗୋଟିଏ ମ୍ୟାଚ୍‌ରେ ଲଗାତାର ଦୁଇଟି ଅର୍ଦ୍ଧଶତକ ମାରିଲେ ଇଶାନ କିଷାନ, ଦ୍ବନ୍ଦରେ ପଡିଲା BCCI

ହାଇଦ୍ରାବାଦ, ୧୬।୩: ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ୱିକେଟ୍‌ କିପର-ବ୍ୟାଟ୍‌ମ୍ୟାନ୍‌ ଇଶାନ କିଷାନ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL) ପାଇଁ ଷ୍ଟାଇଲ୍‌ରେ ପ୍ରସ୍ତୁତ ହେଉଛନ୍ତି। ଶନିବାର...

ମେଗା ଅକ୍ସନରେ ମିଳି ନ ଥିଲା କ୍ରେତା, ତଥାପି IPL 2025 ଖେଳିବେ ଏହି ଖେଳାଳି?

ନୂଆଦିଲ୍ଲୀ,୧୬।୩: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୫ । ଏହା IPLର ୧୮ତମ ସିଜିନ ହେବ, ଯାହା ପାଇଁ ସମସ୍ତ ଦଳ କଠିନ...

BCCI’ର ପରିବାର ପ୍ରତିବନ୍ଧକ ନିୟମ ଉପରେ ମୁହଁ ଖୋଲିଲେ ବିରାଟ କୋହଲି: କହିଲେ-ଏକା ବସି…

ନୂଆଦିଲ୍ଲୀ, ୧୬।୩: ଭାରତୀୟ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଖେଳାଳିମାନେ ଗସ୍ତରେ ଥିବା ସମୟରେ ପରିବାର ପ୍ରତିବନ୍ଧକ ଉପରେ ବିସିସିଆଇର ନୂତନ ନିୟମ ସମ୍ପର୍କରେ ମୁହଁ...

ମୟଙ୍କ ଯାଦବଙ୍କୁ ଜୋର ଜବରଦସ୍ତ ଅନ୍‌ଫିଟ୍‌ ଘୋଷଣା କରିବାକୁ ଚାହେଁ ଲକ୍ଷ୍ନୌ ଟିମ୍‌

ନୂଆଦିଲ୍ଲୀ,୧୬।୩: ଏବେ IPL ୨୦୨୫ ଆରମ୍ଭ ହେବାକୁ ୧ ସପ୍ତାହରୁ କମ ସମୟ ବାକି ଅଛି। କିନ୍ତୁ ଏପର୍ଯ୍ୟନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ୩ ପ୍ରମୁଖ ପେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image