ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨ା୯: ନରେନ୍ଦ୍ର ମୋଦି ସରକାର ଚାଇନା ସଂଘର୍ଷର ସଫଳ ମୁକାବିଲା କରିପାରି ନାହାନ୍ତି। ଏଥିଯୋଗୁ ପଡ଼ୋଶୀ ଦେଶର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ୪,୦୦୦ ବର୍ଗ କି.ମି. ଭାରତୀୟ ଭୂଖଣ୍ଡକୁ ମାଡ଼ିବସିଛି। ଏହା ଏକ ବିପର୍ଯ୍ୟୟ ବୋଲି ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ମନ୍ତବ୍ୟ ଦେଇଛନ୍ତି।
ଲୋକ ସଭାର ବିରୋଧୀ ଦଳ ନେତା ହେବା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରି ଆମେରିକାର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ ନିଜ ମତାମତ ରଖିଛନ୍ତି। ଏହି କ୍ରମରେ ଓ୍ବାଶିଂଟନ୍‌ସ୍ଥିତ ନ୍ୟାଶନାଲ ପ୍ରେସ୍‌ କ୍ଲବ୍‌ରେ ରାହୁଲ କହିଛନ୍ତି, ଭାଜପା ନେତୃତ୍ୱାଧୀନ ଭାରତ ସରକାରଙ୍କ ବହିର୍ବ୍ୟାପାର ନୀତି ପ୍ରସଙ୍ଗରେ କଂଗ୍ରେସ ସହମତ। କିନ୍ତୁ ପାକିସ୍ତାନ ଆତଙ୍କବାଦକୁ ଶେଷ ନ କରିବା ପର୍ଯ୍ୟନ୍ତ ଇସ୍‌ଲାବାଦ ସହ ଆଲୋଚନା କରାଯିବ ନାହିଁ। ସେହିପରି ବାଂଲାଦେଶରେ କଠୋରପନ୍ଥୀ ତତ୍ତ୍ୱଙ୍କୁ ନେଇ ମଧ୍ୟ ସେ ଚିନ୍ତାବ୍ୟକ୍ତ କରିଛନ୍ତି। ଚାଇନା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ରାହୁଲ କହିଥିଲେ, ଚାଇନା ସୈନ୍ୟଙ୍କୁ ଆମ ଭୂଖଣ୍ଡର ୪,୦୦୦ ବର୍ଗ କି.ମି. ଭିତରକୁ ଡାକି ଅଣାଯାଇଛି। ସେମାନେ ଲଦାଖରେ ଦିଲ୍ଲୀ ଆକୃତି ସମାନ ଅଞ୍ଚଳ ମାଡ଼ିବସିଛନ୍ତି। ଏହା ଏକ ବିପର୍ଯ୍ୟୟ, ଯାହା ଉପରେ ଗଣମାଧ୍ୟମ କିଛି ଲେଖିବାକୁ ଚାହେଁ ନାହିଁ। ଆମେରିକାର ଏକ ପଡ଼ୋଶୀ ଏତେ ଅଞ୍ଚଳ ଦଖଲ କରିନେଲେ ଓ୍ବାଶିଂଟନ୍‌ କିପରି ପ୍ରତିକ୍ରିୟା ପ୍ରକାଶ କରିବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ସଫଳ ମୁକାବିଲା କରିପାରି ନାହାନ୍ତି। ଚାଇନା ସୈନ୍ୟ ଆମ ଭୂଖଣ୍ଡରେ କାହିଁକି ରହିଛନ୍ତି, ତା’ର କାରଣ ଜାଣିପାରୁ ନାହିଁ ବୋଲି ରାହୁଲ କହିଛନ୍ତି।
ରାହୁଲ ସେଠାରେ ଉପସ୍ଥିତ ଶିଖ୍‌ ସମୁଦାୟର ଜଣେ ବ୍ୟକ୍ତିଙ୍କୁ ତାଙ୍କ ନାମ ପଚାରିବା ସହ କହିଥିଲେ, ଭାରତରେ ଏଭଳି ପଗଡ଼ି ପିନ୍ଧି ଗୁରୁଦ୍ୱାରାକୁ ଯିବାକୁ ଅନୁମତି ମିଳି ନ ପାରେ। ସେଥିପାଇଁ କଂଗ୍ରେସ ଲଢ଼େଇ କରୁଛି। କେବଳ ଶିଖ୍‌ ନୁହନ୍ତି, ବରଂ ସବୁ ଧର୍ମ ପାଇଁ ଏହି ଲଢ଼େଇ ଉଦ୍ଦିଷ୍ଟ। ଅନ୍ୟପକ୍ଷେ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନେଇ ଦେଶରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି, ରାହୁଲ ବିଦେଶକୁ ଯାଇ ଭାରତ ବିରୋଧୀ କଥା କହିବା ଦୁର୍ଭାଗ୍ୟଜନକ। ତାଙ୍କ ଦେଶ ବିରୋଧୀ ଏଜେଣ୍ଡା ସଫଳ ହେବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କଠାରୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ପର୍ଯ୍ୟନ୍ତ କଂଗ୍ରେସ ନେତାଙ୍କ ବୟାନକୁ ‘ଲଜ୍ଜାଜନକ’ ଦର୍ଶାଇ ତାଙ୍କଠାରୁ କ୍ଷମା ଦାବି କରିଛନ୍ତି। ଇତିମଧ୍ୟରେ ଭାଜପା ସମର୍ଥିତ ଏକ ଶିଖ୍‌ ଗୋଷ୍ଠୀ ପକ୍ଷରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଦିଲ୍ଲୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିଖ୍‌ମାନେ କଂଗ୍ରେସ ତୁଳନାରେ ଭାଜପା ସରକାର ଅମଳରେ ଅଧିକ ସୁରକ୍ଷିତ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୮:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ରିଲାଏନ୍ସ ଡିଜିଟାଲରେ ଆଇଫୋନ୍‌ ୧୬ ରେଞ୍ଜ

ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍‌-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ...

ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା

ରୋହତକ,୨୦ା୯:ହରିୟାଣାରେ ଭାଜପା ପୁନର୍ବାର କ୍ଷମତାସୀନ ହେଲେ ମହିଳାମାନଙ୍କୁ ମାସିକ ୨,୧୦୦ ଟଙ୍କା ଓ କୃଷକଙ୍କୁ ୨୪ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri