ବେଲଗ୍ରେଡ୍, ୧୭।୧୨- ଏଠାରେ ଚାଲିଥିବା କୁସ୍ତି ବିଶ୍ୱକପ୍ରେ ଯୁବା ଅଂଶୁ ମଲିକ ଏକମାତ୍ର ମହିଳା ଯୋଦ୍ଧା ଭାବେ ରୌପ୍ୟ ପଦକ ଜିତିଛନ୍ତି। ୫୭ କିଗ୍ରା ବର୍ଗରେ ଏହି ସଫଳତା ହାସଲ କରିଛନ୍ତି ଅଂଶୁ। ଜୁନିୟର ବର୍ଗରୁ ଆସି ସିନିୟର ସ୍ଥରରେ ମାତ୍ର ୩ଟି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅଂଶୁଙ୍କ ଏହା ୩ୟ ପଦକ। ସ୍ବର୍ଣ୍ଣ ପଦକ ମୁକାବିଲାରେ ତାଙ୍କୁ ୫-୧ ବ୍ୟବଧାନରେ ଆନାସ୍ତାସିଆ ନିଚିତା ହରାଇ ଦେଇଥିଲେ। ଚଳିତ ବର୍ଷ ନୂ୍ୟଆଦିଲ୍ଲୀଠାରେ ଆୟୋଜିତ ଏସିଆନ ଚାମ୍ପିୟନଶିପରେ ସେ ସ ସମାନ ଓଜନ ବର୍ଗରେ ହାତେଇଥିଲେ ବ୍ରୋଞ୍ଜ ପଦକ।