Categories: ଖେଳ

ଅଲିମ୍ପିକ୍ସ ଇତିହାସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସର ଅନ୍ତିମ ଦିନ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ ସହ ମିଳିଛି ଦୁଇଟି ପଦକ। ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ପୂର୍ବରୁ ଭାରତକୁ ୬ଷ୍ଠ ପଦକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ। ଏହି ଦୁଇ ପଦକ ସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ପହଞ୍ଚିଛି ୭ରେ। ଏଥିରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ସହ ୪ଟି ବ୍ରୋଞ୍ଜ ପଦକ ରହିଛି। ଏଥି ସହିତ ପଦକ ତାଲିକାରେ ୪୭ତମ ସ୍ଥାନକୁ ଉଠିଛି ଭାରତ। ଅଲିମ୍ପିକ୍ସ ଇତିହାସରେ ଭାରତ କଦାପି ଏତେ ସଂଖ୍ୟାରେ ପଦକ ଜିତି ନ ଥିଲା।

Share