Categories: ଜାତୀୟ

ଭାରତର ବଡ଼ ବୋମା, ନିମିଷିକରେ ଉଡ଼ାଇଦେବ ପାକିସ୍ତାନ ଏୟାରପୋର୍ଟ

ଭୋପାଳ,୩ା୪: ଦେଶର ଶକ୍ତି ବଢ଼ାଇବା ପାଇଁ ମଧ୍ୟପ୍ରଦେଶର ଜବଲପୁରର ଖମରିଆ ଅର୍ଡିନାନ୍ସ କାରଖାନା (OFK) ୫୦୦ କିଲୋଗ୍ରାମ ଅର୍ଥାତ ଅଧ କୁଇଣ୍ଟାଲ ଓଜନର ଜିପି ବୋମା (ଜେନେରାଲ ପର୍‌ପୋଜ୍‌ ବମ୍‌) ତିଆରି କରିଛି। ଏହି ବୋମା ଏତେ ଶକ୍ତିଶାଳୀ ଯେ, ଆକାଶରୁ ଖସିବା ପରେ ସବୁଠୁ ବଡ଼ ବଙ୍କରକୁ ନଷ୍ଟ କରିପାରିବ।

ଏହି ଜିପି ବୋମାର ଗୋଟିଏ ବିସ୍ଫୋରଣ ପାକିସ୍ତାନର ସମଗ୍ର ବିମାନ ବନ୍ଦରକୁ ଉଡ଼ାଇ ଦେଇପାରେ। ଖାଲି ଏତିକି ନୁହେଁ, ଏହି ବୋମା ରେଳ ଟ୍ରାକ୍‌ ଏବଂ ବଡ଼ ବଡ଼ ବ୍ରିଜ ମଧ୍ୟ ଭାଙ୍ଗିଦେବ। ଏହି ବୋମାର ଏପରି ଏକ ଟେକ୍ନୋଲୋଜି ଅଛି, ଯାହା ବଙ୍କରରେ ମଧ୍ୟ ବିସ୍ଫୋରଣ ହୋଇପାରେ। ଏହା ୧୦,୩୦୦ ଷ୍ଟିଲ ବିଶିଷ୍ଟ ବୁଲେଟ୍‌ ବୋମା।
୫୦୦ କିଲୋଗ୍ରାମ ବିଶିଷ୍ଟ ଏହି ବୋମାର ଲମ୍ବ ୧.୯ ମିଟର। ଗୋଟିଏ ବୋମାରେ ୧୫ ମି.ମି. ୧୦,୩୦୦ ସେଲ୍‌ ଇସ୍ପାତରେ ତିଆରି ହୋଇଛି। ବିସ୍ଫୋରଣ ପରେ ପ୍ରତ୍ୟେକ ରାଉଣ୍ଡ ୫୦ ମିଟରକୁ ଟାର୍ଗେଟ କରିବ। ପ୍ରତ୍ୟେକ ବଲ ୧୨ ମିମି ଷ୍ଟିଲ ପ୍ଲେଟ ଭିତରକୁ ପ୍ରବେଶ କରିବାରେ ସକ୍ଷମ ହେବ।

Share