
ଇସଲାମବାଦ,୧୬।୩: ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅବୁ କତାଲ ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଛି। ଏନେଇ NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା କତାଲ।
ଆତଙ୍କବାଦୀ ଅବୁ କତାଲକୁ ହାଫିଜ ସଇଦର ବହୁତ ନିକଟତର ବୋଲି ବିବେଚନା କରାଯାଉଥିଲା। ହାଫିଜ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ। ୨୬/୧୧ ମୁମ୍ବାଇ ଆକ୍ରମଣରେ ୧୬୬ ଜଣ ପ୍ରାଣ ହରାଇଥିଲେ। ପ୍ରାୟ ୧୦ ଜଣ ଲସ୍କର ଆତଙ୍କବାଦୀ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ।
ଆବୁ କତାଲ ବିଷୟରେ କହିବାକୁ ଗଲେ, ଜୁନ 9 ତାରିଖରେ ଏହା ଜମ୍ମୁ ଏବଂ କଶ୍ମୀରର ରିଆସିରେ ଶିବ-ଖୋଡି ମନ୍ଦିରରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ଭର୍ତ୍ତି ଏକ ବସ ଉପରେ ଆକ୍ରମଣ କରିଥିଲା। ଏହା ବ୍ୟତୀତ, କଶ୍ମୀରରେ ଅନେକ ବଡ଼ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟ ବିବେଚନା କରାଯାଏ। ୨୦୨୩ ରଜୌରୀ ଆକ୍ରମଣ ପାଇଁ NIA ଆବୁ କଟାଲକୁ ଦାୟୀ କରିଥିଲା।