Posted inଖେଳ

ଚାଇନା ବିପକ୍ଷରୁ ଭାରତର ଅଭିଯାନ

ଭୁବନେଶ୍ୱର, ୩୧।୧ (ତପନ ସ୍ବାଇଁ): ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ ଫେବୃଆରୀ ୩ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ଘରୋଇ ଭାରତ ସମେତ ଚାଇନା, ଆମେରିକା, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଆଦି ୫ଟି ଦଳ ଅଂଶଗ୍ରହଣ କରିବେ। କଳିଙ୍ଗରେ ୫ଟି ଦଳ ପରସ୍ପରକୁ ଥରେ ଲେଖାଏ ଭେଟିବା ପରେ ରାଉରକେଲା ଯିବେ। ସେଠାରେ ପୁଣି ଏହି ୫ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚରେ ମୁକାବିଲା କରିବେ। ଭୁବନେଶ୍ୱରରେ ଫେବୃଆରୀ ୩ରୁ ୯ ଓ ରାଉରକେଲାରେ ୧୨ରୁ ୧୮ ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବ। ୩ ତାରିଖରେ ଆମେରିକା-ନେଦରଲାଣ୍ଡ୍ସ ମ୍ୟାଚ ସହ ମହିଳା ହକି ପ୍ରୋ ଲିଗ୍‌ ଆରମ୍ଭ ହେବ। ସେହି ଦିନ ଦ୍ୱିତୀୟ ମ୍ୟାଚରେ ଏସିଆନ ଗେମ୍ସ ଚାମ୍ପିୟନ ଚାଇନା ସହ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ଭାରତ ୪ରେ ନେଦରଲାଣ୍ଡ୍ସ, ୭ରେ ଅଷ୍ଟ୍ରେଲିଆ ଓ ୯ରେ ଆମେରିକା ସହ ଖେଳିବ। ସେହିପରି ରାଉରକେଲାରେ ଭାରତ ୧୨ରେ ଚାଇନା, ୧୪ରେ ନେଦରଲାଣ୍ଡ୍ସ, ୧୭ରେ ଅଷ୍ଟ୍ରେଲିଆ ଓ ୧୮ରେ ଆମେରିକା ସହିତ ଖେଳିବ। ମଙ୍ଗଳବାର ଉଭୟ ଭାରତ ଓ ଆମେରିକା ଦଳ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛନ୍ତି।
ଭାରତୀୟ ମହିଳା ଦଳ ଦ୍ୱିତୀୟ ଥର ପ୍ରୋ-ଲିଗ୍‌ ଖେଳିବା ପାଇଁ ଯାଉଛି। ୨୦୨୧-୨୨ ସିଜନରେ ଭାରତ ପ୍ରଥମଥର ପାଇଁ ଏହି ଲିଗ୍‌ ଖେଳିଥିଲା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲା। ୨୦୨୨ରେ ସ୍ପେନ୍‌ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ମହିଳା ନେସନ୍ସ କପ୍‌ର ଫାଇନାଲରେ ଘରୋଇ ଦଳକୁ ୧-୦ ଗୋଲରେ ହରାଇ ଭାରତ ପ୍ରୋ ଲିଗ୍‌ ୨୦୨୩-୨୪ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ”ବିଶ୍ୱର କେତେକ ଶକ୍ତିଶାଳୀ ଦଳ ବିପକ୍ଷରେ ନିଜର ଦକ୍ଷତା ପରୀକ୍ଷା କରିବା ପାଇଁ ପ୍ରୋ-ଲିଗ୍‌ରେ ସୁଯୋଗ ମିଳିବ। ଜାତୀୟ ଦଳରେ ସ୍ଥାନ ପାଇଥିବା ଯୁବ ଖେଳାଳିଙ୍କ ପାଇଁ ଏହି ଲିଗ୍‌ ବଡ଼ ପ୍ଲାଟଫର୍ମ ସଦୃଶ। ଅନ୍ତର୍ଜାତୀୟ ସ୍ତରରେ ସେମାନେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ପାଇବେ। ଏହି ଲିଗ୍‌ରେ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନର ମଧ୍ୟ ସୁଯୋଗ ରହିବ। ତେଣୁ ଏଥିରେ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ“ ବୋଲି ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ ପ୍ରକାଶ କରିଛନ୍ତି।
ନିକଟରେ ରାଞ୍ଚତ୍ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ରନରଅପ୍‌ ହୋଇ ଆମେରିକା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଏବେ ଏହି ଦଳ ଆଗାମୀ ପ୍ରୋ ଲିଗ୍‌ ୨୦୨୩-୨୪ରେ ପ୍ରଭାବୀ ପ୍ରଦର୍ଶନ କରି ଏଫ୍‌ଆଇଏଚ୍‌ ହକି ବିଶ୍ୱକପ-୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛି। ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ଭାରତକୁ ୧-୦ରେ ହରାଇ ମୋମେଣ୍ଟମ ହାସଲ କରିଥିବା ଆମେରିକା ଆଉ ପଛକୁ ଫେରି ନ ଚାହିଁ ପରବର୍ତ୍ତୀ ୨ଟି ମ୍ୟାଚରେ ଯଥାକ୍ରମେ ଇଟାଲୀକୁ ୨-୦ ଓ ନ୍ୟୁଜିଲାଣ୍ଡକୁ ୧-୦ରେ ପରାସ୍ତ କରି ପୁଲ୍‌ ‘ବି’ରେ ଶୀର୍ଷସ୍ଥାନ ହାସଲ କରିଥିଲା। ସେମିଫାଇନାଲରେ ଜାପାନକୁ ୨-୧ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଟାଇଟଲ ମୁକାବିଲାରେ ଜର୍ମାନୀଠାରୁ ୦-୨ ଗୋଲରେ ହାରି ଯାଇଥିଲା। ତେଣୁ ପ୍ରୋ-ଲିଗ୍‌ରେ ମଧ୍ୟ ଦଳର ଉତ୍ତମ ପ୍ରଦର୍ଶନକୁ ନେଇ ଅଧିନାୟିକା ଆମଣ୍ଡା ଗୋଲିନି ବେଶ୍‌ ଆଶାବାଦୀ। ”ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ଆମେ ଯେପରି ଚାହିଁଥିଲୁ ସେପରି ଫଳାଫଳ ପାଇଥିଲୁ। ପୂର୍ବ ମ୍ୟାଚର ଅଭିଜ୍ଞତାକୁ ନେଇ ଆମେ ପ୍ରୋ- ଲିଗ୍‌ ଖେଳିବୁ ଏବଂ ସେଥିରେ ମଧ୍ୟ ଭଲ ଫଳାଫଳ ପାଇବା ନେଇ ଆଶାବାଦୀ ଅଛୁ। ଅଲିମ୍ପିକ୍ସ ପୂର୍ବରୁ ପ୍ରୋ-ଲିଗ୍‌ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଅଲିମ୍ପିକ୍ସ ପାଇଁ ଏଥିରେ ଭଲ ଅଭ୍ୟାସ ମଧ୍ୟ ହୋଇପାରିବ। ଆମେ ମ୍ୟାଚକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରିବୁ“ ବୋଲି ଆମଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

IPL 2025 ମେଗା ଅକ୍ସନର ଆସିଲା ତାରିଖ! ଜାଣନ୍ତୁ କେବେ ହେବ ଏହାର ଆୟୋଜନ

ନୂଆଦିଲ୍ଲୀ,୧୮।୧୦: IPL 2025 ର ମେଗା ନିଲାମକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି। ଏବେ ଏହାର ତାରିଖ ପ୍ରକାଶ ପାଇଛି। ଏହା କୁହାଯାଉଛି ଯେ...

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri