Categories: ଖେଳ

ବିଜୟ ସହ ଭାରତର ଅଭିଯାନ

ଭୁବନେଶ୍ୱର, ୧୦।୭ (ତପନ ସ୍ବାଇଁ): ତାଇପେରେ ଚାଲିଥିବା ଏସିଆନ ପୁରୁଷ ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତୀୟ ସିନିୟର ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶକ୍ତିଶାଳୀ ହଂକଂ, ଚାଇନାକୁ ୩:୦ (୨୫-୨୨, ୨୫-୧୮, ୨୫-୧୭)ରେ ପରାସ୍ତ କରିଛି। ଆଟାକର ଚିରାଗ, ନିୟାଶ ଓ ରାହୁଲ, ବ୍ଲକର ପ୍ରିନ୍ସ, ଅଲ୍‌ରାଉଣ୍ଡର ମନୋଜ ଏବଂ ସେଟର ସାକଲେନ ବିଜୟତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏସିଆର ୧୫ଟି ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ଭାରତ ପୁଲ୍‌ ‘ସି’ରେ ଉଜବେକିସ୍ତାନ ଓ ହଂକଂ ଚାଇନା ସହିତ ସ୍ଥାନୀତ ହୋଇଛି। ପ୍ରକାଶଯୋଗ୍ୟ ଯେ, ଭାରତୀୟ ଦଳ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କ୍ୟାମ୍ପରେ ଟ୍ରେନିଂ ନେବାପରେ ତାଇପେ ଯାତ୍ରା କରିଛି। ଚଳିତମାସ ୧୫ରେ ପ୍ରତିଯୋଗିତା ଶେଷ ହେବ।

Share