କାଉନ୍ସିଲ ବ୍ଲଫ୍ସ(ୟୁଏସ୍),୧୬ା୭: ୟୁଏସ୍ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ପୁରୁଷ ସିଙ୍ଗଲ୍ସରୁ ଭାରତର ବ୍ୟାଡ୍ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ବିଦାୟ ନେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସେନ ଅଲ୍ଇଂଲଣ୍ଡ ଚାମ୍ପିୟନ ଚାଇନାର ଲି ଶି’ ଫେଙ୍ଗ୍ଙ୍କଠାରୁ ୧୭-୨୧, ୨୪-୨୨, ୧୭-୨୧ରେ ହାରିଯାଇଛନ୍ତି। ବିଡ୍ବଲ୍ୟୁଏଫ୍ ସୁପର ୩୦୦ ଇଭେଣ୍ଟର ଏହି ମ୍ୟାଚ ୧ ଘଣ୍ଟା ୧୬ ମିନିଟ ଧରି ଚାଲିଥିଲା।