Posted inଜାତୀୟ

ଗାମ୍ବିଆରେ ଶିଶୁ ମୃତ୍ୟୁ ପାଇଁ ଭାରତ କଫ ସିରପ ଦାୟୀ: ସିଡିସି ରିପୋର୍ଟି…

ନୂଆଦିଲ୍ଲୀ,୪।୩ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଏବଂ ଗାମ୍ବିଆର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ଅନୁସନ୍ଧାନରେ ଗାମ୍ବିଆରେ ଶିଶୁଙ୍କ ମୃତ୍ୟୁ ଏବଂ ଭାରତରେ ଉତ୍ପାଦିତ ଅପମିଶ୍ରିତ କଫ ସିରପ ବ୍ୟବହାର ମଧ୍ୟରେ ସମ୍ପର୍କ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅକ୍ଟୋବର ୨୦୨୨ରେ ଏନେଇ ଏକ ସତର୍କ ସୂଚନା ଜାରି କରି କହିଥିଲା ଯେ ଭାରତୀୟ କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ ଦ୍ୱାରା ଗାମ୍ବିଆକୁ ଦିଆଯାଉଥିବା ଚାରିଟି କଫ ସିରପ ଗୁଣାତ୍ମକ ମାନ ପୂରଣ କରୁନାହିଁ ।

ଏହାର ବ୍ୟବହାର ଯୋଗୁ ଅନେକ ପିଲାଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଏହି ଅନୁସନ୍ଧାନ ଦୃଢ଼ ଭାବରେ ସୂଚିତ କରିଛି ଯେ ଗାମ୍ବିଆକୁ ଆମଦାନୀ କରାଯାଇଥିବା ଔଷଧରେ ଡାଇଥାଇଲନ ଗ୍ଲାଇକଲ (ଡିଇଜି) କିମ୍ବା ଇଥିଲିନ ଗ୍ଲାଇକଲ (ଇଜି) ଦ୍ୱାରା ଅପମିିଶ୍ରିତ ହୋଇଛି। ଏହା ଯୋଗୁ ଶିଶୁମାନଙ୍କଠାରେ କିଡନୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଅଧିକ ବୋଲି ସିଡିସି ରିପୋର୍ଟରେ କୁହାଯାଇଛି। ଗତ ଅଗଷ୍ଟରେ ଗାମ୍ବିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ତଦନ୍ତ ଆରମ୍ଭ କରିଥିଲା।

ସୂଚନାଯୋଗ୍ୟ, ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁକୁ ଭାରତରେ ଉତ୍ପାଦିତ ଚାରିଟି କଫ ସିରପ ସହିତ ସମ୍ପୃକ୍ତ ଥିବା ରିପୋର୍ଟ ପରେ, ଅନୁସନ୍ଧାନ ପାଇଁ ସରକାର ଗଠନ କରିଥିବା ଏକ କମିଟି ଜାଣିବାକୁ ପାଇଛି ଯେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସ୍‌ଦ୍ୱାରା ଅଂଶୀଦାର ହୋଇଥିବା କ୍ଲିନିକାଲ ସୂଚନା ପାଥୋଲୋଜିକାଲ ଅଟେ। ଏହା ଚୂଡ଼ାନ୍ତ ନିର୍ଣ୍ଣୟ ପାଇଁ ପର୍ଯ୍ୟାପ୍ତ ନୁହେଁ। ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଡ. ଭି.ଜି ସୋମାନି ଏ ବିଷୟରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ ସୂଚନା ଦେଇଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରୁଟେଣ୍ଡୋ କୁୱାନା ଅକ୍ଟୋବର ୧୩ରେ ଡିସିଜିଆଇକୁ ଏକ ଚିଠି ଲେଖି ଚାରିଟି କଫ ସିରପର ସୋନିପତ ଭିତ୍ତିକ ଉତ୍ପାଦକ ମେଡେନ ଫାର୍ମାସ୍ୟୁଟିକାଲ୍ସର ଅନୁସନ୍ଧାନର ଅଗ୍ରଗତି ବିଷୟରେ ଜଣାଇବାକୁ କହିଥିଲେ।

ଇ-ମେଲର ଉତ୍ତରରେ ଡ .ସୋମାନି ଶନିବାର କହିଛନ୍ତି ଯେ ପ୍ରତିକୂଳ ଘଟଣା ରିପୋର୍ଟର ବିବରଣୀ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅଂଶୀଦାର ତଥା ବିଶ୍ଳେଷଣ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୈଷୟିକ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରିଛି। ସେହି ଅନୁଯାୟୀ ପରବର୍ତ୍ତୀ ସମୟରେ ସୁପାରିଶ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫୦୦ ବର୍ଷର ଅପେକ୍ଷା ଶେଷ ହେବାକୁ ଯାଉଛି… କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୯।୧୦: ଦୀପାବଳି ପର୍ବକୁ ନେଇ ସାରା ଦେଶରେ ଉତ୍ସାହର ବାତାବରଣ ରହିଛି। ଏଥର ଅଯୋଧ୍ୟା ୨୮ ଲକ୍ଷ ଦୀପ ସହିତ ଆଲୋକିତ ହେବ, ଯାହାର ପ୍ରସ୍ତୁତି...

ପ୍ରତ୍ୟେକ ଯୁବକଙ୍କୁ ଆମେ ଚାକିରି ଦେବୁ: ପ୍ରତିଶ୍ରୁତି ଦେଲେ ମୋଦି

ନୂଆଦିଲ୍ଲୀ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ସରକାର ଏକ ସିଷ୍ଟମ ଗଠନ ପାଇଁ କାର୍ଯ୍ୟ କରୁଛି, ଯାହା ଦ୍ୱାରା...

ଭାରତ-ଚାଇନା ବନ୍ଧୁତା ଦେଖି ଟେନ୍‌ସନ୍‌ରେ ଆମେରିକା: ପାକିସ୍ତାନ ସହ ମିଳାଇବ ହାତ!

ନୂଆଦିଲ୍ଲୀ,୨୯।୧୦: ଏଲ୍‌ଏସି ଉପରେ ଭାରତ ଏବଂ ଚାଇନା ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ନେଇ ପାକିସ୍ତାନରେ ଅନେକ ଆଲୋଚନା ହେଉଛି। ଲଦାଖରୁ ସେନା ପ୍ରତ୍ୟାହାର କରି ଚାଇନା...

ସମସ୍ୟାରେ ପଡିଛି ରୁଷିଆ, ଭାରତକୁ ମାଗିଲା ସାହାଯ୍ୟ

ନୂଆଦିଲ୍ଲୀ,୨୯ା୧୦: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପ ଦେଶମାନଙ୍କର କଟକଣା କାରଣରୁ ରୁଷିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିରୁ ମୁକୁଳିବା...

ସଲମାନଙ୍କୁ ମିଳିଲା ପୁଣି ହତ୍ୟା ଧମକ

ମୁମ୍ବାଇ,୨୯।୧୦: ଅଭିନେତା ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ପୁଣିଥରେ ମହାରାଷ୍ଟ୍ରରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ କଲ ବାନ୍ଦ୍ରା ପୂର୍ବରେ...

ଗୁରୁତର ରୋଗୀଙ୍କୁ ହେଲିକପ୍ଟରରେ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ ହାଇଟେକ ଆମ୍ବୁଲାନ୍ସରେ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୯।୧୦: ୧୦୮ ଆମ୍ବୁଲାନ୍ସ ପରି ହେଲି ଆମ୍ବୁଲାନ୍ସ ସେବା ଅକ୍ଟୋବର ୨୯ରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏକ୍ସ) ଋଷିକେଶରେ ଆରମ୍ଭ କରିବାକୁ...

ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ...

ଦୀପ ଜଳିବା ପୂର୍ବରୁ ଦେଶବାସୀଙ୍କୁ ବଡ଼ ଉପହାର ଦେବେ ମୋଦି, ୫୧.୦୦୦ଙ୍କୁ ମିଳିବ ନିଯୁକ୍ତି ପତ୍ର…

ନୂଆଦିଲ୍ଲୀ,୨୯।୧୦: ଆଜି ସେହି ଲୋକମାନଙ୍କ ପାଇଁ ଏକ ବିଶେଷ ଦିନ, ଯେଉଁମାନଙ୍କୁ ନିଯୁକ୍ତି ପତ୍ର ମିଳିବ। ହଁ, ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ୫୧,୦୦୦ ଯୁବକଙ୍କୁ ନିଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri