Posted inଜାତୀୟ

ଜୁଲାଇ ପର୍ଯ୍ୟନ୍ତ ରହିବ ଟିକା ସଙ୍କଟ: ଅଦାର ପୁନାଓ୍ବାଲା

ନୂଆଦିଲ୍ଲୀ,୩।୫: କରୋନା ଏବେ ସାରା ଦେଶରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। କରୋନା ବିରୋଧ ଲଢେଇରେ ଏକମାତ୍ର ଅସ୍ତ୍ର ହେଉଛି ଏହାର ଟିକା। କିନ୍ତୁ ଦେଶରେ ଅନେକ ରାଜ୍ୟ ଏବଂ ଜିଲାରେ ଟିକା ଅଭାବ ଅଭିଯୋଗ ରହିଛି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ମେ ୧ରୁ ଆରମ୍ଭ ହୋଇଛି, କିନ୍ତୁ ଟିକା ଅଭାବ ଯୋଗୁ ଏହି ଅଭିଯାନର ଗତି ମନ୍ଥର ରହିଛି। ଏହି ସମୟରେ, ଅକ୍ସଫୋର୍ଡ ଏବଂ ଆଷ୍ଟ୍ରା ଜେନେକାର ଟିକା କୋଭିଶିଲ୍ଡ ତିଆରି କରୁଥିବା ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଜୁଲାଇ ପର୍ଯ୍ୟନ୍ତ ଦେଶରେ ଟିକା ଅଭାବ ହୋଇପାରେ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଗୋଟିଏ ଦିନରେ ଉତ୍ପାଦନ କ୍ଷମତାକୁ ୬୦-୭୦ ମିଲିୟନ ଡୋଜରୁ ୧୦୦ ମିଲିୟନ ଡୋଜ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଜୁଲାଇ ମାସ ପର୍ଯ୍ୟନ୍ତ ସମୟ ଲାଗିବ। ସୂଚନାଯୋଗ୍ୟ ମେ ୧ରୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଉପରେ ରାଗିଲେ ପ୍ରୀତି ଜିଣ୍ଟା, ଜବାବରେ ଦଳ କହିଲା, ଖୁସି ଲାଗିଲା ଯେ ଆପାଣ…

ଥିରୁଭାନନ୍ତପୁରମ,୨୫।୨: ମଙ୍ଗଳବାର ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କେରଳ କଂଗ୍ରେସ ମଧ୍ୟରେ ଅଭିଯୋଗ ଏବଂ ପ୍ରତିଅଭିଯୋଗର ଧାରା ଚାଲିଥିଲା। କେରଳ କଂଗ୍ରେସ ଅଭିଯୋଗ କରିଛି...

ଗଙ୍ଗା ଜଳରେ ଅଛନ୍ତି ଜୀବାଣୁ, ଲୋକଙ୍କୁ ଭୁଆଁ ବୁଲାଯାଉଛି: ଶିବପାଲ ଯାଦବ

ଲକ୍ଷ୍ନୌ,୨୫।୨: ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ମଙ୍ଗଳବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ଉପରେ ଉଠାଯାଉଥିବା ପ୍ରଶ୍ନ ଉପରେ ଆପତ୍ତି ଉଠାଇଛନ୍ତି।...

ଏଲନ ମସ୍କଙ୍କୁ କୋଟି କୋଟି ଟଙ୍କାର ଅଫର ଦେଲେ ମହାଠକ ସୁକେଶ ଚନ୍ଦ୍ରଶେଖର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୨: ତିହାର ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଲାଇମଲାଇଟରେ ଆସିବା ପାଇଁ ଜେଲରୁ ଏକ ଚିଠି ଲେଖିଛନ୍ତି। ଯଦିଓ ସୁକେଶ...

କେମିତି ଫାଶୀରୁ ବଞ୍ଚିଗଲେ ସଜ୍ଜନ କୁମାର? କୋର୍ଟରେ ଜବାବ ଦେଲେ ବିଚାରପତି

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ବାପ ପୁଅଙ୍କୁ ଜୀବନ୍ତ ଜାଳି ଦେବା ମାମଲାରେ ୧୯୮୪ ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ମାମଲାର ଶୁଣାଣି...

‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇ ଫସିଲେ ଯୁବକ: ଦୋକାନରେ ଚଢିଲା ବୁଲଡୋଜର

ପୁଣେ,୨୫।୨: ୨୩ ଫେବୃଆରୀରେ ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଥିଲା। କିନ୍ତୁ ମ୍ୟାଚ ଦିନ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାର ମାଲଭାନରେ...

ନୂତନ ଅବକାରୀ ନୀତି ପାଇଁ ୨୦୦୦ କୋଟି ରାଜସ୍ୱ କ୍ଷତି ସହିଛନ୍ତି ସରକାର: CAG ରିପୋର୍ଟ

ନୂଆଦିଲ୍ଲୀ,୨୫।୨: ମଙ୍ଗଳବାର ଦିଲ୍ଲୀ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ଉପରେ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା...

ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ନୂଆଦିଲ୍ଲୀ,୨୫।୨: ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ରୌଜ୍‌ ଏଭିନ୍ୟୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ...

Canada Visa Rules: ଭିଜା ନିୟମରେ ପରିବର୍ତ୍ତନ କଲା କାନାଡା, ଭୟରେ ୪.୨୭ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୨୫।୨: କାନାଡା ଫେବୃଆରୀ ୨୦୨୫ଠାରୁ ତାର ଭିଜା ନିୟମରେ ବଡ଼ ପରିବର୍ତ୍ତନ କରିଛି, ଯାହା ହଜାର ହଜାର ଛାତ୍ର, ଶ୍ରମିକ ଏବଂ ପ୍ରବାସୀ, ବିଶେଷକରି ଭାରତୀୟଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image