Categories: ଜାତୀୟ

ଜୁଲାଇ ପର୍ଯ୍ୟନ୍ତ ରହିବ ଟିକା ସଙ୍କଟ: ଅଦାର ପୁନାଓ୍ବାଲା

ନୂଆଦିଲ୍ଲୀ,୩।୫: କରୋନା ଏବେ ସାରା ଦେଶରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। କରୋନା ବିରୋଧ ଲଢେଇରେ ଏକମାତ୍ର ଅସ୍ତ୍ର ହେଉଛି ଏହାର ଟିକା। କିନ୍ତୁ ଦେଶରେ ଅନେକ ରାଜ୍ୟ ଏବଂ ଜିଲାରେ ଟିକା ଅଭାବ ଅଭିଯୋଗ ରହିଛି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ମେ ୧ରୁ ଆରମ୍ଭ ହୋଇଛି, କିନ୍ତୁ ଟିକା ଅଭାବ ଯୋଗୁ ଏହି ଅଭିଯାନର ଗତି ମନ୍ଥର ରହିଛି। ଏହି ସମୟରେ, ଅକ୍ସଫୋର୍ଡ ଏବଂ ଆଷ୍ଟ୍ରା ଜେନେକାର ଟିକା କୋଭିଶିଲ୍ଡ ତିଆରି କରୁଥିବା ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଜୁଲାଇ ପର୍ଯ୍ୟନ୍ତ ଦେଶରେ ଟିକା ଅଭାବ ହୋଇପାରେ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଗୋଟିଏ ଦିନରେ ଉତ୍ପାଦନ କ୍ଷମତାକୁ ୬୦-୭୦ ମିଲିୟନ ଡୋଜରୁ ୧୦୦ ମିଲିୟନ ଡୋଜ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଜୁଲାଇ ମାସ ପର୍ଯ୍ୟନ୍ତ ସମୟ ଲାଗିବ। ସୂଚନାଯୋଗ୍ୟ ମେ ୧ରୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ।

Share