ଅଗଷ୍ଟରେ କ୍ରେଡିଟ କାର୍ଡରେ କାରବାର ହୋଇଛି ୧.୫ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୨୮।୯: ଭାରତରେ କ୍ରେଡିଟ କାର୍ଡର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସପିଂ ଠାରୁ ଆରମ୍ଭ କରି ଘର ଭଡା ଦେବା କାମ ମଧ୍ୟ କ୍ରେଡିଟ କାର୍ଡ ଦ୍ୱାରା ହୋଇପାରୁଛି। କ୍ରେଡିଟ କାର୍ଡ ମାଧ୍ୟମରେ ଲୋକମାନେ ଇଏମଆଇ ବି ଦେଉଛନ୍ତି। ଯାହା ଫଳରେ ଅଗଷ୍ଟରେ କ୍ରେଡିଟ କାର୍ଡ ମାଧ୍ୟମରେ ରେକର୍ଡସ୍ତେରରେ କାରବାର ହୋଇଛି। ଅଗଷ୍ଟରେ ଭାରତୀୟମାନେ କ୍ରେଡିଟ କାର୍ଡ ମାଧ୍ୟମରେ ୧.୫ ଲକ୍ଷ କୋଟି ଟଙ୍କାର କାରବାର କରିଛନ୍ତି। ତେବେ ଅଗଷ୍ଟ ମାସରେ ଇ-ସପିଂ ସାଇଟ୍‌ରେ ସପିଂ କରିବା ସହ ବୁଲାବୁଲି ଓ ମନୋରଞ୍ଜ କରିବାରେ କ୍ରେଡିଟ କାର୍ଡରେ ଅଧିକ ଟ୍ରାଞ୍ଜାକ୍ସନ ହୋଇଛି।

Share