Categories: ଜାତୀୟ

ଦେଶରେ ୨୦୦ କୋଟି ଅତିକ୍ରମ କରିବ ଟିକାକରଣ

ନୂଆଦିଲ୍ଲୀ,୧୭।୭: ଦେଶରେ ଜାରି ରହିଛି ଟିକାକରଣ। ଖୁବ୍‌ଶୀଘ୍ର ଟିକାକରଣରେ ୨୦୦ କୋଟି ଅତିକ୍ରମ କରିବାକୁ ଯାଉଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଶନିବାର ମୋଟ ୧୦ ଲକ୍ଷ ହିତାଧିକାରୀ ଟିକା ନେଇଥିବା ବେଳେ ଦେଶରେ ମୋଟ ଟିକାକରଣ ୧୯୯.୯୭ କୋଟି ଅତିକ୍ରମ କରିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ୬୦ବର୍ଷରୁ ଉଦ୍ଧର୍‌ବ ବୟସ୍କଙ୍କୁ ୨.୮୧ କୋଟି ଟିକା ଦିଆଯାଇଥିବା ବେଳେ ୧୨ରୁ୧୪ ବୟସ ପିଲାଙ୍କୁ ମୋଟ୍‌ ୩.୭୯ କୋଟି ପ୍ରଥମ ଡୋଜ୍‌ ଦିଆଯାଇଛି। ସେହିପରି ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ୬.୦୮କୋଟି ପ୍ରଥମ ଡୋଜ୍‌ ଦିଆଯାଇଛି ।
ଅନ୍ୟପଟେ, ଦେଶରେ ୧୮ରୁ ୫୯ ବର୍ଷ ବୟସ୍କଙ୍କ ପାଇଁ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇଛି। ଏହି ଟିକାକରଣ ୭୫ ଦିନ ପର୍ଯ୍ୟନ୍ତ ଜାରି ରହିବ। ମୋଟ ୧୪.୯୪ ଲକ୍ଷ ବୟସ୍କ ବୁଷ୍ଟର ଡୋଜ୍‌ ନେଇସାରିଛନ୍ତି ।

Share