Posted inଜାତୀୟ

ଭାରତର ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବା ଅପରିହାର୍ଯ୍ୟ…

ଚେନ୍ନାଇ,୨୮।୮: ଭାରତର ସୀମାକୁ ସଶକ୍ତ କରିବା ଲାଗି ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି। ପୃଥିବୀରେ ଯେଉଁଭଳି ଭାବରେ ପରିବର୍ତ୍ତନ ଘଟୁଛି, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଜରୁରୀ ହୋଇପଡ଼ିଛି। ପ୍ରତିଟି ଦେଶ ନିଜ ନିଜର ସାମରିକ ଶକ୍ତି ଆଧୁନିକୀକରଣ ଏବଂ ମଜବୁତ କରୁଛନ୍ତି। ଏହା ଭାରତ ପାଇଁ ମଧ୍ୟ ପଯୁଜ୍ୟ ବୋଲି ପ୍ରତିରକ୍ଷା ନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଦେଶର ଆଭ୍ୟନ୍ତରୀଣ , ସୀମା ଏବଂ ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି। ଚେନ୍ନାଇରେ ପାଟ୍ରୋଲିଂ ଯୁଦ୍ଧପୋତ ବିଗ୍ରହକୁ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ କରିବା ଅବସରରେ ପ୍ରତିରକ୍ଷାମନ୍ତ୍ରୀ ଏଭଳି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବନେ ମଧ୍ୟ ଉପସ୍ଥିତ ଥିଲେ। ରାଜନାଥ ସିଂ କହିଛନ୍ତି ଯେ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଆସନ୍ତା ବର୍ଷେ ଅବା ୨ ବର୍ଷ ଅର୍ଥାତ୍‌ ୨୦୨୩ ସୁଦ୍ଧା ସାରା ପୃଥିବୀର ବିଭିନ୍ନ ଦେଶର ପ୍ରତିରକ୍ଷା ଖର୍ଚ୍ଚ ୨.୧ ଟ୍ରିଲିୟନ ଡଲାରରେ ପହଞ୍ଚିବାକୁ ଯାଉଛି। ଆସନ୍ତା ୫ ବର୍ଷ ମଧ୍ୟରେ ଏହା ବହୁଗୁଣିତ ହେବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସଶସ୍ତ୍ର ବାହିନୀ, ଶିଳ୍ପ ଏବଂ ବିଭିନ୍ନ ଏକାଡେମୀର ଶିକ୍ଷାବିତ୍‌ଙ୍କ ମିଳିତ ପ୍ରୟାସ ଦ୍ୱାରା ଗବେଷଣା ଏବଂ ନବସୃଜନ କ୍ଷେତ୍ରରେ ଅଗ୍ରଗତି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷର କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ପାରସ୍ପରିକ ବୁଝାମଣା ଏବଂ ଜ୍ଞାନ ଏବଂ ସର୍ବୋତ୍ତମ ଜ୍ଞାନକୌଶଳ ଆଦାନପ୍ରଦାନ ଦ୍ୱାରା ଦେଶର ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri