ବେଙ୍ଗାଲୁର,୫।୧: କୋଭିଡ-୧୯ ପରେ ମଧ୍ୟ ଦେଶରେ ଅର୍ଥନୀତି ମଜଭୂତ ହୋଇଛି। କର୍ନାଟକ ଗସ୍ତରେ ଥିବା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ତୁମକୁରରେ ଅନୁଷ୍ଠିତ ଶକ୍ତି କେନ୍ଦ୍ର ପ୍ରମୂଖ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି, କରୋନା ଏବଂ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ଚାଇନାରେ ମୁଦ୍ରାସ୍ଫୀତି ଏବଂ ବେକାରୀ ବୃଦ୍ଧି ପାଉଛି। ଶକ୍ତିଶାଳୀ ଦେଶ ଆମେରିକା ଏବଂ ୟୁରୋପରେ ମଧ୍ୟ ଅର୍ଥନୀତି ଭଲ ପ୍ରଦର୍ଶନ କରୁନାହିଁ। କିନ୍ତୁ ଭାରତର ଅର୍ଥନୀତି ସ୍ଥିର ରହିଛି। ଏହା ବ୍ୟତିତ ବ୍ରିଟେନକୁ ପଛରେ ପକାଇ ଭାରତ ଅର୍ଥନୀତିରେ ବିଶ୍ୱର ପଞ୍ଚମ ସ୍ଥାନରେ ପହଞ୍ଚିଛି ବୋଲି ନଡ୍ଡା କହିଛନ୍ତି।