Categories: ଜାତୀୟ

ଭାରତର ରପ୍ତାନି ୨୨% ହ୍ରାସ

ନୂଆଦିଲ୍ଲୀ, ୧୫ା୭(ପି.ଟି.): ବିଶ୍ୱ ବଜାର ବିଶେଷ କରି ଆମେରିକା, ୟୁରୋପ ଭଳି ପାଶ୍ଚାତ୍ୟ ବଜାରରେ ଚାହିଦା ହ୍ରାସ କାରଣରୁ ଭାରତର ରପ୍ତାନି ୨୨ ପ୍ରତିଶତ ହ୍ରାସ ପାଇଁ ଜୁନ୍‌ରେ ୩୨.୯୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତ ୩ ବର୍ଷ ମଧ୍ୟରେ ଏହା ସର୍ବାଧିକ ହ୍ରାସ। ବାଣିଜ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଆମଦାନି ଓ ରପ୍ତାନି ହ୍ରାସ ଯୋଗୁ ଜୁନ୍‌ରେ ବାଣିଜି୍ୟକ ନିଅଣ୍ଟ ୨୦.୩ ବିଲିୟନ ଡଲାର ହୋଇଛି। ଗତବର୍ଷ ଏହି ମାସରେ ବାଣିଜି୍ୟକ ନିଅଣ୍ଟ ପରିମାଣ ୨୨.୦୩ ବିଲିୟନ ଡଲାର ଥିଲା। ଜୁନ୍‌ରେ ଇନ୍‌ବାଉଣ୍ଡ ଶିପ୍‌ମେଣ୍ଟ ୧୭.୪୮ ପ୍ରତିଶତ ହ୍ରାସ ପାଇ ୫୩.୧୦ ବିଲିୟନ ଡଲାର ହୋଇଛି।
ରପ୍ତାନି ହ୍ରାସକୁ ନେଇ ବାଣିଜ୍ୟ ସଚିବ ସୁନୀଲ ବର୍ଥଓ୍ବାଲ କହିଛନ୍ତି, ବାଣିଜ୍ୟ ସେକ୍ଟରର ଅଭିବୃଦ୍ଧି ବୈଶ୍ୱିକ କାରକଗୁଡ଼ିକ ଉପରେ ନିର୍ଭରଶୀଳ। ବିଶ୍ୱ ବାଣିଜ୍ୟରେ ମାନ୍ଦାବସ୍ଥା ଦେଖାଦେବା ନେଇ ଡବ୍ଲ୍ୟୁଟିଓ (ବିଶ୍ୱ ବାଣିଜ୍ୟ ସଂଗଠନ) ପୂର୍ବାନୁମାନ କରିଥିଲା। ବାଣିଜ୍ୟ ହ୍ରାସ ସମ୍ପର୍କରେ ବର୍ଥଓ୍ବାଲ କହିଛନ୍ତି, ଆମେରିକା, ୟୁରୋପ ସମେତ ବୃହତ୍‌ ଅର୍ଥବ୍ୟବସ୍ଥାଗୁଡ଼ିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବା ସହ ମୁଦ୍ରାସ୍ଫୀତିର ଚାପ ରହିଛି। ଧନୀ ରାଷ୍ଟ୍ରଗୁଡ଼କ ମୁଦ୍ରାନୀତିକୁ କଠୋର କରୁଥିବାରୁ ଉତ୍ପାଦନ ଓ ବ୍ୟବସାୟ ପ୍ରଭାବିତ ହେଉଛି, ଯାହା ମାନ୍ଦାବସ୍ଥାର ଅନ୍ୟତମ କାରଣ। ଆଗାମୀ ମାସଗୁଡ଼ିକରେ ଚାହିଦା ବୃଦ୍ଧି ପାଇବ ବୋଲି ରପ୍ତାନି ପ୍ରୋତ୍ସାହନ ପରିଷଦ ଆଶାବ୍ୟକ୍ତ କରିଛି।
ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ରପ୍ତାନି ୧୫.୧୩ ପ୍ରତିଶତ ହ୍ରାସ ପାଇ ୧୦୨.୬୮ ବିଲିୟନ ଡଲାରରେ ପହଞ୍ଚତ୍ଥିବାବେଳେ ଆମଦାନୀ ୧୨.୬୭ ପ୍ରତିଶତ ହ୍ରାସ ପାଇ ୧୬୦.୨୮ ବିଲିୟନ ଡଲାର ହୋଇଥିଲା। ଏପ୍ରିଲରୁ ଜୁନ୍‌ ମଧ୍ୟରେ ବାଣିଜି୍ୟକ ନିଅଣ୍ଟରେ ୭.୯ ପ୍ରତିଶତ ଉନ୍ନତି ହୋଇ ୫୭.୬ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତବର୍ଷ ଏହି ସମୟରେ ବାଣିଜି୍ୟକ ନିଅଣ୍ଟ ପରିମାଣ ୬୨.୬ ବିଲିୟନ ଡଲାର ଥିଲା।
ଜୁନ୍‌ରେ ତୈଳ ଆମଦାନି ୩୩.୮ ପ୍ରତିଶତ ହ୍ରାସ ପାଇ ୧୨.୫୪ ବିଲିୟନ ଡଲାର ହୋଇଛି। ଏପ୍ରିଲ-ଜୁନ୍‌ ତ୍ରୈମାସିକରେ ଆମଦାନି ୧୮.୫୨ ପ୍ରତିଶତ ହ୍ରାସ ପାଇ ୪୩.୪ ବିଲିୟନ ଡଲାର ହୋଇଛି।  ଅନ୍ୟପକ୍ଷରେ ସୁନା ଆମଦାନି ଜୁନ୍‌ରେ ୮୨.୩୮ ପ୍ରତିଶତ ବଢ଼ି ୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏପ୍ରିଲ-ଜୁନ୍‌ ତ୍ରୈମାସିକରେ ସୁନା ଆମଦାନି ୭.୫୪ ପ୍ରତିଶତ ହ୍ରାସ ପାଇ ୯.୭ ବିଲିୟନ ଡଲାର ଥିଲା। ମନ୍ତ୍ରଣାଳୟ କହିବା ଅନୁଯାୟୀ ୨୦୨୨-୨୩ ଆର୍ଥତ୍କ ବର୍ଷରେ ଭାରତର ବାଣିଜ୍ୟ ପ୍ରଦର୍ଶନରେ ବହୁତ ଭଲ ଅଭିବୃଦ୍ଧି ହୋଇଥିଲା। ଅନ୍ତର୍ଜାତୀୟ ସ୍ତରରେ ମାନ୍ଦାବସ୍ଥାର ପ୍ରଭାବରୁ ଚଳିତ ବର୍ଷ ପ୍ରଦର୍ଶନ ନିମ୍ନଗାମୀ ହୋଇଛି। ବିଶ୍ୱବ୍ୟାଙ୍କର ଗ୍ଲୋବାଲ ଇକୋନୋମିକ୍‌ ପ୍ରସ୍ପେକ୍ଟସ୍‌ ରିପୋର୍ଟ (୨୦୨୩ ଜୁନ୍‌), ଅନୁଯାୟୀ ୨୦୨୩ରେ ବୈଶ୍ୱିକ ଅର୍ଥନୀତି ୨.୧ ପ୍ରତିଶତକୁ ହ୍ରାସ ପାଇବାକୁ ଯାଉଛି। ଗତବର୍ଷ ଏହା ୩.୧ ପ୍ରତିଶତ ଅଭିବୃଦ୍ଧି କରିଥିଲା।

Share