ନୂଆଦିଲ୍ଲୀ,୫।୯: ଗତ କିଛିମାସ ହେବ ଚାଇନାର ଅର୍ଥନୈତିକ କାର୍ଯ୍ୟକଳାପରେ ମନ୍ଥରତା ଦେଖାଦେଇଛି। ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଭାରତର ଉତ୍ତର ପଡ଼ୋଶୀ ଦେଶକୁ ରପ୍ତାନି ପ୍ରାୟ ୩୫% ହ୍ରାସ ପାଇ ୬.୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ ଚାଇନା ଭାରତର ୪ର୍ଥ ବୃହତ୍ତମ ରପ୍ତାନି ସ୍ଥଳ ପାଲଟିଥିଲା ଏବଂ ଏକ ବର୍ଷ ପୂର୍ବେ ସମାନ ଅବଧିରେ ଦ୍ୱିତୀୟ ସ୍ଥାନରୁ ଏହା ଖସି ଆସିଥିଲା। ଏପରି କି ଶୂନ-କୋଭିଡ୍ ନୀତିର ବ୍ୟବହାର ଉପରେ ଡ୍ରାଗ୍ ସମ୍ପତ୍ତି କ୍ଷେତ୍ରର ଦୀର୍ଘଦିନର ପ୍ରଭାବ ଏବଂ ରପ୍ତାନି ଚାହିଦା ହ୍ରାସ ସହ ଚାଇନାର ଅର୍ଥନୀତିରେ ଏକାଧିକ ଧକ୍କା ଲାଗିଛି, ଯାହା ଅର୍ଥନୈତିକ କାର୍ଯ୍ୟକଳାପକୁ ମନ୍ଥର କରିଦେଇଛି। ବିଶେଷକରି ଅଶୋଧିତ ତୈଳମୂଲ୍ୟ ବୃଦ୍ଧି ସହ ନାପଟା ଭଳି ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଏପ୍ରିଲରୁ ଜୁଲାଇ ମଧ୍ୟରେ ୮୧% ବୃଦ୍ଧି ହୋଇ ୧.୨ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିପରି ଜୈବିକ ରାସାୟନିକ ପଦାର୍ଥ ୩୮.୩%, ଲୁହାପଥର ୭୮.୫% ଏବଂ ଆଲୁମିନିୟମ ଉତ୍ପାଦ ୮୪.୨% ହ୍ରାସ ଘଟିଥିବା ବାଣିଜ୍ୟ ମନ୍ତ୍ରଣାଳୟ ୱେବ୍ସାଇଟରେ ଦର୍ଶାଇଛି। ତେବେ ଚାଇନା ଏହି ସମୟ ମଧ୍ୟରେ ଅଣବାସମତି ଚାଉଳ ୧୪୧.୧% ଏବଂ ସାମୁଦ୍ରିକ ଦ୍ରବ୍ୟ ୧୮.୭% ଆମଦାନୀ ବୃଦ୍ଧି କରିଛି। ଚାଇନାରେ ଇସ୍ପାତ ଉତ୍ପାଦନରେ ହ୍ରାସ ଯୋଗୁ ଭାରତରୁ ଲୁହାପଥର ରପ୍ତାନିରେ ତୀବ୍ର ହ୍ରାସ ଘଟିଛି। ଅପରପକ୍ଷେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଚାଇନାରୁ ଆମଦାନୀ ୨୮% ବୃଦ୍ଧି ପାଇଥିଲା, ଯେଉଁ ସମୟରେ ଭାରତର ସାମଗ୍ରିକ ଆମଦାନୀ ୪୫.୬% ଥିଲା। ଫଳରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ୩୭.୧ ବିଲିୟନ ଡଲାରର ବାଣିଜ୍ୟ ନିଅଣ୍ଟ ଦେଖାଦେଇଥିଲା ବେଳେ ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଉଭୟ ଦେଶର ବଜାର ପ୍ରବେଶ ସମସ୍ୟାର ସମାଧାନ ପାଇଁ ଆମେ ଚାଇନା ସହ ଯୋଗାଯୋଗରେ ରହିଛୁ ବୋଲି ଚାଇନାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।