Categories: ଖେଳ

ଅନ୍ତିମ ଦିନିକିଆରେ ପ୍ରଥମେ ବ୍ୟାଟିଂ: ପାଣ୍ଡ୍ୟାଙ୍କୁ ବିଶ୍ରାମ; ସୂର୍ଯ୍ୟକୁମାରଙ୍କୁ ମିଳିଲା ସୁଯୋଗ

ଥିରୁବନନ୍ତପୁରମ୍‌,୧୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ରବିବାର ଏଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ତେବେ ସିରିଜରେ ଭାରତ ୨-୦ରେ ଆଗୁଆ ଥିବାରୁ ଏହି ମ୍ୟାଚ୍‌କୁ ଜିତି କ୍ଲିନ୍‌ ସୁଇପ୍‌ କରିପାରେ ବୋଲି ଆଶା କରାଯାଉଛି।

ଅନ୍ତିମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଉମରାନ ମଲିକଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ଆଗାମୀ ସିରିଜ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିଛି।

Share