ନୂଆଦିଲ୍ଲୀ,୯।୧୧: ହାଇଦ୍ରାବାଦର ଘରୋଇ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ପ୍ରସ୍ତୁତ ପ୍ରଥମ ରକେଟ ବିକ୍ରମ-ଏସ୍ ଆସନ୍ତା ୧୨ରୁ ୧୬ ତାରିଖ ମଧ୍ୟରେ ମହାକାଶକୁ ଛଡ଼ାଯିବ। ଏହି ମିଶନ୍ର ନାଁ ‘ପ୍ରାରମ୍ଭ’ ରଖାଯାଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଲଞ୍ଚ୍ପ୍ୟାଡ୍ରୁ ୩ଟି ଉପଭୋକ୍ତା ପ୍ଲେଲୋଡ୍ ନେଇ ଏହା ମହାକାଶକୁ ଯାତ୍ରା କରିବ ବୋଲି କମ୍ପାନୀ ସହପ୍ରତିଷ୍ଠାତା ତଥା ସିଇଓ ପଓ୍ବନ କୁୂମାର ଚନ୍ଦନ କହିଛନ୍ତି। ମହାକାଶକୁ ରକେଟ ଛାଡ଼ିବାରେ ସ୍କୁଏରୁଟ୍ ଏରୋସ୍ପେସ୍ ଭାରତର ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ।