ଭାରତର ପ୍ରଥମ ଏକଜିଟ ପୋଲ, ଯେଉଁଥିରେ ଭାଜପା ଜିତିବ ବୋଲି ହୋଇଥିଲା ପୂର୍ବାନୁମାନ, ରେଜଲ୍ଟରେ ତାଜୁବ ହୋଇଯାଇଥିଲା ସାରା ଦୁନିଆ

ନୂଆଦିଲ୍ଲୀ,୩୧।୫: ଭାରତରେ ଗଣତନ୍ତ୍ରର ଏହି ବଡ଼ ପ୍ରତିଯୋଗିତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ୧ରେ ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟର ମତଦାନ ଅନୁଷ୍ଠିତ ହେବ ଏବଂ ଜୁନ ୪ରେ ଏହାର ରେଜଲ୍ଟ ପ୍ରକାଶ ପାଇବ। ତେବେ ଆସନ୍ତାକାଲି ଅର୍ଥାତ୍‌ ଜୁନ ୧ରେ ଶେଷ ମତଦାନ ସରିବାର ଅଧ ଘଣ୍ଟା ପରେ ଏକଜିଟ ପୋଲ ଆସିବା ଆରମ୍ଭ ହେବ। ଏହା ମାଧ୍ୟମରେ ପ୍ରତ୍ୟେକ ଦଳ କେତେ ସିଟ ପାଇବେ ତାହା ଆକଳନ କରାଯିବ।

ବିଭିନ୍ନ ଏଜେନ୍ସି ଦ୍ୱାରା କରାଯାଇଥିବା ଏହି ଏଗଜିଟ ପୋଲ କେତେ ସଠିକ ପ୍ରମାଣିତ ହେବ, ତାହା ନିର୍ବାଚନ ଫଳାଫଳ ଘୋଷଣା ଦିନ ଜଣାପଡିବ। ଏହାପୂର୍ବରୁ, ଆସନ୍ତୁ ଜାଣିବା ଦୁନିଆରେ ପ୍ରଥମ ଏକଜିଟ ପୋଲ କେଉଁଠାରେ ଆରମ୍ଭ ହୋଇଥିଲା ଏବଂ ଏହାର ଫଳାଫଳ କେତେ ସଠିକ ଥିଲା ।

ଭାରତରେ ଏକଜିଟ ପୋଲ ଆରମ୍ଭ ହେବାର ବହୁ ପୂର୍ବରୁ ଏହା ଅନେକ ଦେଶରେ ଆରମ୍ଭ ହୋଇ ଯାଇଥିଲା। ବର୍ତ୍ତମାନ ଆମେରିକା, ଦକ୍ଷିଣ ଆମେରିକା, ଦକ୍ଷିଣ ଏସିଆ, ୟୁରୋପ ଏବଂ ଦକ୍ଷିଣ ପୂର୍ବ ଏସିଆ ସମେତ ଦୁନିଆର ଅନେକ ଦେଶରେ ଭୋଟ ଦେବା ପରେ ଏକଜିଟ ପୋଲ କରାଯାଉଛି। ଏହାର ଆରମ୍ଭ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିଲା। ୧୯୩୬ ମସିହାରେ, ଆମେରିକାର ନ୍ୟୁୟର୍କ ସିଟିରେ ଜର୍ଜ ଗାଲୁପ ଏବଂ କ୍ଲୋଡ ରବିନ୍ସଙ୍କ ଦ୍ୱାରା ପ୍ରଥମ ନିର୍ବାଚନ ସର୍ଭେ ବା ଏକଜିଟ୍‌ ପୋଲ କରାଯାଇଥିଲା । ଏହି ପ୍ରଥମ ସର୍ଭେରେ ଭୋଟରମାନେ ଭୋଟ ଦେଇ ଫେରିବା ସମୟରେ କେଉଁ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେଇଚନ୍ତି ବୋଲି ପଚରାଯାଇଥିଲା। ଏହି ସର୍ଭେରୁ ମିଳିଥିବା ତଥ୍ୟରୁ ଫ୍ରାଙ୍କଲିନ ଡି ରୁଜଭେଲ୍ଟ ନିର୍ବାଚନରେ ଜିତିବେ ବୋଲି ପୂର୍ବାନୁମାନ କରାଯାଇଥିଲା। ତେବେ ଏହି ସର୍ଭେ ଆମେରିକାର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥିଲା। ସେତେବେଳେ ଏହାକୁ ଏକଜିଟ ପୋଲ ବଦଳରେ ସର୍ଭେ କୁହାଯାଉଥିଲା ।

ଭାରତରେ, ସ୍ବାଧୀନତା ପାଇବା ପରେ ହୋଇଥିବା ଦ୍ୱିତୀୟ ସାଧାରଣ ନିର୍ବାଚନରେ ପ୍ରତମ ଏକଜିଟ ପୋଲ ହୋଇଥିଲା। ୧୯୫୭ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଓପିନିଅନ ମୁଖ୍ୟ ଏରିକ ଡି’କୋସ୍ତା ନିର୍ବାଚନର ପ୍ରଥମ ସର୍ଭେ କରିଥିଲେ। ସେତେବେଳେ ଏହାକୁ ଏକଜିଟ ପୋଲ ଭାବରେ ବିବେଚନା କରାଯାଇ ନ ଥିଲା। ତା’ପରେ ୧୯୮୦ ଏବଂ ୧୯୮୪ରେ ଡକ୍ଟର ପ୍ରଣୟ ରୟଙ୍କ ନେତୃତ୍ୱରେ ଏକ ସର୍ଭେ କରାଯାଇଥିଲା।

୧୯୯୬ରେ ସେଣ୍ଟର୍‌ ଫର ଷ୍ଟଡି ଅଫ ଡେଭଲପମେଣ୍ଟ ସୋସାଇଟି (CSDS) ଦ୍ୱାରା ଦେଶରେ ଏକଜିଟ ପୋଲ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା। ତା’ପରେ ସାମ୍ବାଦିକ ନଲିନୀ ସିଂ ଦୂରଦର୍ଶନରେ ଏକ ଏକଜିଟ ପୋଲ କରିଥିଲେ, ଯେଉଁଥିରେ ତାଙ୍କୁ CSDS ତଥ୍ୟ ସଂଗ୍ରହ କରବାକୁ ପଡିଥିଲା। ଏହି ସର୍ଭେରେ ଲୋକ ସଭା ନିର୍ବାଚନରେ ଭାଜପା ଜିତିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଏବଂ ସତକୁ ସତ ତାହା ମଧ୍ୟ ହୋଇଥିଲା। ଏହା ପରେ ଦେଶରେ ଏକଜିଟ ପୋଲର ଧାରା ବୃଦ୍ଧି ପାଇଲା। ୧୯୯୮ ମସିହାରେ, ଏକ ଘରୋଇ ନ୍ୟୁଜ ଚ୍ୟାନେଲ ପ୍ରଥମ ଥର ପାଇଁ ଏକ ଏଗଜିଟ ପୋଲ ଟେଲିକାଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri