ଭାରତର ପ୍ରଥମ ମହିଳା କ୍ରିକେଟ ଭାଷ୍ୟକାର ଚନ୍ଦ୍ରା ନାଏଡୁଙ୍କର ୮୮ ବର୍ଷ ବୟସରେ ଇନ୍ଦୋରରେ ପରଲୋକ ଘଟିଛି। ବିଗତ କିଛି ବର୍ଷ ହେବ ସେ ଅସୁସ୍ଥ ଥିଲେ। ସେ ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଧିନାୟକ ତଥା ପୂର୍ବ କ୍ରିକେଟର ସିକେ ନାଏଡୁଙ୍କର ଝିଅ ଥିଲେ। ମାତ୍ର ଭାଷ୍ୟକାର ଭାବେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଚନ୍ଦ୍ରା ଇନ୍ଦୋରର ସରକାରୀ ଡିଗ୍ରୀ କଲେଜରେ ଇଂଲିଶ ପ୍ରଫେଶର ଥିଲେ। ୫୦ ଦଶକରେ ହୋଲକର କଲେଜରେ ପାଠ ପଢ଼ିବା ସମୟରେ ସେ କ୍ରିକେଟରେ ପାଦ ଦେଇଥିଲେ। ସେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ର ପ୍ରଥମ ମହିଳା ଭାଷ୍ୟକାର ଥିଲେ।