Categories: ଜାତୀୟ

ଦେଶକୁ ମିଳିଲା ପ୍ରଥମ ରାପିଡ ଏକ୍ସ ଟ୍ରେନ ‘ନମୋ ଭାରତ’

ନୂଆଦିଲ୍ଲୀ,୨୦।୧୦: ଦେଶକୁ ମିଳିଛି ପ୍ରଥମ ରାପିଡ ଏକ୍ସ ଟ୍ରେନ। ଶୁକ୍ରବାର ଉତ୍ତରପ୍ରଦେଶର ସହିଦାବାଦ ଠାରେ ଦିଲ୍ଲୀ-ଗାଜିଆବାଦ-ମେରୁଟ (RRTS) କରିଡରର ପ୍ରାଥମିକ ବିଭାଗକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ରାପିଡ ଏକ୍ସ ଟ୍ରେନର ନାମ ‘ନମୋ ଭାରତ’ ନାଁ ରଖାଯାଇଛି । ଏହା ସାହିଦାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରେନରେ ଯାତ୍ରା କରିବା ସହ ଅନେକ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଛନ୍ତି । ୧୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚାଲୁଥିବା ଏହି ଟ୍ରେନ ପ୍ରତି ୧୫ ମିନିଟରେ ଉପଲବ୍ଧ ହେବ । ଏହା ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହାଇ ଏବଂ ଡିପୋ ଷ୍ଟେସନରେ ଚାଲିବ । ଉଦ୍‌ଘାଟନର ଗୋଟିଏ ଦିନ ପରେ ଲୋକମାନେ ଏହି ଆରାମଦାୟକ ଟ୍ରେନର ଲାଭ ଉଠାଇ ପାରିବେ ।

Share