ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ରିତୁଶ୍ରୀ

ଭୁବନେଶ୍ୱର,୧୪।୪(ଶର୍ମିଷ୍ଠା ପାଣିଗ୍ରାହୀ)ଟ୍ରାନ୍ସଜେଣ୍ଡରଙ୍କ ଜୀବନ ସଂଘର୍ଷପୂର୍ଣ୍ଣ। ହେଲେ ଏହି ସଂଘର୍ଷ ଭିତରେ ଏକାକୀ ସମସ୍ତ ପରିସ୍ଥିତିକୁ ସାମ୍ନା କରି ନିଜ ଭବିଷ୍ୟତ ଗଢ଼ିବା ସହ ନିଜ ମାଟି ତଥା ଓଡ଼ିଶା ପାଇଁ ଗୌରବ ଆଣିଥିବା ଜଣେ ପ୍ରେରଣାଦାୟୀ ଟ୍ରାନ୍ସଜେଣ୍ଡର ହେଉଛନ୍ତି ରିତୁଶ୍ରୀ ପାଣିଗ୍ରାହୀ। ବରଗଡ଼ ଜିଲା ପଦ୍ମପୁରଠାରେ ଜନ୍ମିତ ରିତୁଶ୍ରୀ ଏବେ ଭାରତର ଏକମାତ୍ର ଟ୍ରାନ୍ସଜେଣ୍ଡର ଷ୍ଟାଣ୍ଡଅପ୍‌ କମେଡିଆନ୍‌। ଓଡ଼ିଶାରୁ ଯାଇ ମୁମ୍ବାଇ, ଦିଲ୍ଲୀ, ଅହମଦାବାଦ ଭଳି ଅନେକ ସହରରେ ସେ ନିଜର ଷ୍ଟାଣ୍ଡଅପ୍‌ କମେଡି ମାଧ୍ୟମରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କର୍ପୋରେଟ ସେକ୍ଟରରେ ଚାକିରି କରିବା ସହ ସେ କମେଡି ମାଧ୍ୟମରେ ଲୋକଙ୍କ ମୁହଁରେ ହସ ଫୁଟାଇ ଚାଲିଛନ୍ତି।
ଛୋଟବେଳୁ ତାଙ୍କୁ କମେଡି ଦେଖିବାକୁ ଓ କରିବାକୁ ଭଲ ଲାଗୁଥିଲା। ୨୦୧୭ରେ ଯେତେବେଳେ ସେ କଟକରେ ରହି ଲ’ ପ୍ରାକ୍ଟିସ୍‌ କରୁଥିଲେ ସେତେବେଳେ ୨ଟି ଅନୁଷ୍ଠାନ ଷ୍ଟାଣ୍ଡ୍‌ଅପ୍‌ କମେଡି ପାଇଁ ‘ଓପନ ମାଇକ୍‌’ ନାମରେ ପ୍ଲାଟଫର୍ମ ଆଣିଥିଲେ। ସେଠାରେ ଯେତେବେଳେ ସେ ପ୍ରଥମେ କମେଡି ପ୍ରଦର୍ଶନ କଲେ, ସମସ୍ତେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ। ପରେ ପରେ ସେ ଅନେକ ଶୋ’ କରିବା ସହ ବାହାରକୁ ଯାଇ ନିଜ କମେଡି କ୍ୟାରିୟରକୁ ଆହୁରି ଆଗକୁ ନେଇଥିଲେ।

ନାମ ପଛର କାହାଣୀ
ରିତୁଶ୍ରୀଙ୍କ ନଁା ପଛରେ ବି କାହାଣୀ ରହିଛି। ଏ ସମ୍ପର୍କରେ ସେ କହିଛନ୍ତି, ମୋର ପୁରୁଣା ନାମକୁ ମୁଁ କାହାକୁ କହିବାକୁ ପସନ୍ଦ କରେନି। କାରଣ ମୋତେ ଯଦି ରିତୁଶ୍ରୀ ହେବାର ଥିଲା, ତେବେ ପୁରୁଣା ପରିଚୟ ନେଇ କ’ଣ କରିବି। ତେବେ ମୋତେ ପ୍ରଥମେ ସୋନଲ ନାମ ଭଲ ଲାଗୁଥିଲା। କିନ୍ତୁ ମୁଁ ଚିନ୍ତାକଲି ଯଦି ଜଣେ ଝିଅ ଭାବେ ଜନ୍ମ ହୋଇଥାନ୍ତି,. ବାପା ମୋ ନାମ କ’ଣ ରଖିଥାନ୍ତେ। ଆମଆଡ଼େ ଜାତକରେ ଯେଉଁ ଅକ୍ଷର ଉଠେ, ସେହି ଅନୁସାରେ ନାମ ଦିଆଯାଏ। ପୁଣି ମୋର ୨ ଭଉଣୀଙ୍କ ନାଁ ବନଶ୍ରୀ ଓ ଇତିଶ୍ରୀ। ତେଣୁ ସେହି ହିସାବରେ ପଦ ପକାଇ ୩ରୁ ୪ଟି ନାମ ଭାବିଲି। ସେଥିରୁ ରିତୁଶ୍ରୀ ନାମ ମୋତେ ଓ ଭଉଣୀଙ୍କୁ ପସନ୍ଦ ଆସିଲା। ଏହାପରେ ମୁଁ ରିତୁଶ୍ରୀ ହୋଇଗଲି।

ପରିବାରର ସପୋର୍ଟ ସାହସ ଦେଲା
ରିତୁଶ୍ରୀଙ୍କ ଅତୀତ ବେଶ୍‌ କିଛି ଶିଖାଏ। ଏକାକୀ ୩୫ ବର୍ଷ ଧରି ସେ ଯେ ନିଜକୁ ଟ୍ରାନ୍ସଜେଣ୍ଡର କହିବାକୁ ସାହସ ନ ଥିଲା। ଦୀର୍ଘବର୍ଷ ଧରି ସମସ୍ତ ପରିସ୍ଥିତିକୁ ସେ ହିଁ ସାମ୍ନା କରିଛନ୍ତି। ସେ କୁହନ୍ତି, ଆମକୁ କେବେ ଜେଣ୍ଡର ଏଜୁକେଶନ୍‌ ଦିଆଯାଏନାହିଁ। ଯେବେ ମୁଁ ନିଜେ ଜାଣିବାକୁ ପାଇଲି ତେବେ ବହୁତ ଡର ଲାଗିଲା। ଯଦି ଲୋକେ ଜାଣିବେ ସ୍କୁଲରେ କେମିତି ପଢ଼ିବି, ପୁଣି ପରିବାର କେମିତି ମୋତେ ଦେଖିବେ। ସେଥିପାଇଁ ନିଜକୁ ନିଜେ ୩୫ବର୍ଷ ଲୁଚାଇକି ରଖିଲି। ତା’ ଭିତରେ ମୋର ୨ଟା ପର୍ସନାଲିଟି ଡେଭଲପ୍‌ ହେଲା। ଯେବେ ଭୁବନେଶ୍ୱରରେ ରହି ଆଇନ ପଢ଼ିଲି, ଏହା ଉପରେ ବହୁତ ରିସର୍ଚ୍ଚ କଲି। କିଭଳି ରହିବି, କ’ଣ ଚାକିରି କରିବି। ପ୍ରାକ୍ଟିସ୍‌ କଲାବେଳେ ଏକୁଟିଆ ରହୁଥିଲି। ଘରେ ବି କହି ନ ଥିଲି। ଅହମଦାବାଦ ଆସିବା ପରେ ଘରେ ମୋର ବାହାଘର ପାଇଁ ଚିନ୍ତା କଲେ। ସେବେ ମୁଁ ମନାକଲି ବାହା ହେବିନି। ସେବେ ମୁଁ ପରିବାର ସହ ମୋର ଜେଣ୍ଡର ବିଷୟରେ ଶେୟାର କଲି। ପ୍ରଥମେ ମୋ ଭଉଣୀଙ୍କୁ କହିଲି। ମାତ୍ର ସବୁ ଶୁଣିବା ପରେ ସେମାନଙ୍କର ଯାହା ପ୍ରତିକ୍ରିୟା ଥିଲା ଲାଗିଲା ମୁଁ ତାଙ୍କୁ କାହିଁ ଆଗରୁ କହୁ ନ ଥିଲି। ସେମାନେ ମୋତେ ଗାଳିଦେବା ପରିବର୍ତ୍ତେ ଖୁସି ହେଲେ। ରାଗିଲେ, ଅଭିମାନ କରି କହିଲେ ଯେ ତୁ କାହିଁକି ଆମକୁ ଆଗରୁ କହି ନ ଥିଲୁ। ଏହା ମୋତେ ଆଗକୁ ବଢ଼ିବାକୁ ବହୁତ ସାହସ ଦେଲା। ମୁଁ ଯଦି ନ ଡରି ଆଗରୁ କହିଥାନ୍ତି, ବୋଧହୁଏ ମୋତେ ଏକାକୀ ଏତେଦିନ ନିଜ ଭିତରେ ନିଜେ ବଢ଼ିବାକୁ ପଡ଼ି ନ ଥାନ୍ତା। ମୋ ବଡ଼ଭଉଣୀ ଯେବେ ଇନ୍‌ଷ୍ଟାଗ୍ରାମରେ ମୋ ଫଟୋ ଦେଖିଲେ ସେ ମୋତେ କୁଣ୍ଢାଇ ପକାଇ କାନ୍ଦିଲେ। ତା’ ପରେ ସେମାନେ ଅଧିକରୁ ଅଧିକ ଶୋ’ କରିବାକୁ ସାହସ ଦେଲେ, ଆଉ ମୁଁ ଆଗକୁ ବଢ଼ିଲି।

‘ସମସ୍ତଙ୍କୁ ଲିଙ୍ଗଗତ ଶିକ୍ଷା ମିଳୁ’
ଆଇନ ପାଠପଢ଼ା ସରିବା ପରେ ରିତୁଶ୍ରୀ ଜଣେ ଆଡ୍‌ଭୋକେଟ ଭାବେ ପ୍ରାକ୍ଟିସ୍‌ କରୁଥିଲେ। ଜେଣ୍ଡର ଆଇଡେଣ୍ଟିଟି ପାଇଁ ତାଙ୍କୁ ଓଡ଼ିଶାରେ ରହିବାକୁ ଭଲ ଲାଗି ନ ଥିଲା। ସେଥିପାଇଁ ସେ ୨୦୧୯ରେ ଓଡ଼ିଶା ଛାଡ଼ି ବାହାରକୁ ଚାଲିଗଲେ। ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ରହିଥିବା ଭାବନା ସମ୍ପର୍କରେ ରିତୁଶ୍ରୀ କୁହନ୍ତି, ଜେଣ୍ଡର ଆଉ ସେକ୍ସ ୨ଟା ଅଲଗା ଜିନିଷ। ଅନେକେ ଏହା ଭିତରେ ଥିବା ପାର୍ଥକ୍ୟଟା ବୁଝିପାରନ୍ତି ନାହିଁ। ଆମର ଭ୍ରାନ୍ତ ଧାରଣା ଅଛି, ଯେଉଁମାନେ ଟ୍ରାନ୍ସଜେଣ୍ଡର ଭାବେ ଜନ୍ମ ହୁଅନ୍ତି ତାଙ୍କର ବୋଧେ କିଛି ଅଲଗା ଥାଏ। ସେସବୁ ଯାହାଟି ଥାଏ ତାଙ୍କୁ ଟ୍ରାନ୍ସଜେଣ୍ଡର ନୁହେଁ ଇଣ୍ଟରସେକ୍ସ କୁହାଯାଏ। ଶରୀର ପୁଅଙ୍କ ପରି ଥିବ, ହେଲେ ମାଇଣ୍ଡ୍‌ ନିଜକୁ ଜଣେ ମହିଳା ଭାବେ ଅନୁଭବ କରୁଥିବ, ସେମାନେ ହେଲେ ଟ୍ରାନ୍ସଜେଣ୍ଡର। ପରବର୍ତ୍ତୀ ସମୟରେ ହରମୋନ ଥେରାପି ନେଇ ଶରୀରରେ ପରିବର୍ତ୍ତନ କରିହେବ। ଲିଙ୍ଗଗତ ଶିକ୍ଷା ସମସ୍ତଙ୍କୁ ମିଳିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ମିଳିବ ପ୍ରୋତ୍ସାହନ: ସରକାରୀ କର୍ମଚାରୀ ପିନ୍ଧିବେ ହସ୍ତତନ୍ତ ପୋଷାକ

ଭୁବନେଶ୍ୱର,୨।୪: ‘ଓଡ଼ିଆ ପକ୍ଷ’ ଉତ୍ସବର ଏକ ଅଂଶ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁବାର ହସ୍ତତନ୍ତ ପୋଷାକ...

ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…

‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ...

ଶୀର୍ଷରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ନଂ. ୩କୁ ଖସିଲେ ମିଷ୍ଟ୍ରୀ ସ୍ପିନର ଚକ୍ରବର୍ତ୍ତୀ

ଦୁବାଇ,୨ା୪: ଭାରତର ମିଷ୍ଟ୍ରୀ ସ୍ପିନର ବରୁନ ଚକ୍ରବର୍ତ୍ତୀ ଆଇସିସି ପୁରୁଷ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍ସରେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ...

ଗୁଜରାଟରେ ବାୟୁସେନା ଲଢୁଆ ବିମାନ ଦୁର୍ଘଟଣଗ୍ରସ୍ଥ, ସମଗ୍ର ଅଞ୍ଚଳରେ ଖେଳିଗଲା ନିଆଁ

ଜାମନଗର,୨।୪: ଗୁଜରାଟ ଜାମନଗରରେ ବାୟୁସେନା ଲଢୁଆ ବିମାନ ଜାଗୁଆର ଦୁର୍ଘଟଣଗ୍ରସ୍ଥ ହୋଇଛି। ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ...

ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି

ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍‌ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍‌ ରାଜ୍ୟ ମହାଲେଖାକାରଙ୍କ...

Breaking: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଆଖି ବୁଜିଲେ ପତ୍ନୀ

ମୁମ୍ବାଇ: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ...

Japan Earthquake: ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ଜାପାନ, ୬.୦ ତୀବ୍ରତା ଯୋଗୁ ଲୋକେ ଆତଙ୍କିତ

ଟୋକିଓ,୨।୪: ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image