Categories: ଜାତୀୟ

ନେବାକୁ ପଡ଼ିବନି କାର୍ଡ: ଏଟିଏମ୍‌ରୁ ଉଠାଇ ପାରିବେ ଟଙ୍କା

ନୂଆଦିଲ୍ଲୀ,୭ା୯: ନ୍ୟାଶନାଲ ପେମେଣ୍ଟସ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ସହଯୋଗରେ ଜାପାନର ହିଟାଚି ପେମେଣ୍ଟ ସର୍ଭିସେସ୍‌ ୟୁପିଆଇ-ଏଟିଏମ୍‌ର ଶୁଭାରମ୍ଭ ହୋଇଛି। ଏହାଦ୍ୱାରା ଗ୍ରାହକ ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ ବିନା ଟଙ୍କା ଉଠାଇପାରିବେ।

ମୁମ୍ବାଇରେ ଅନୁଷ୍ଠିତ ଗ୍ଲୋବାଲ ଫିନ୍‌ଟେକ୍‌ ଫେଷ୍ଟ ୨୦୨୩ରେ ଏହି ହିଟାଚି ମନି ସ୍ପଟ୍‌ ୟୁପିଆଇ ଏଟିଏମ୍‌ ଉନ୍ମୋଚିତ ହୋଇଛି। ଏହା ଦେଶର ବିଭିନ୍ନ ସ୍ଥାନରେ ସ୍ଥାପନ ପରେ ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ଏଟିଏମ୍‌କୁ କାଉଣ୍ଟରକୁ ଆଉ ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ ନେଇ ଯିବାକୁ ପଡ଼ିବ ନାହିଁ।

ୟୁନାଇଟେଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଆପ୍ଲିକେଶନ ବ୍ୟବହାର କରି ଗ୍ରାହକ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ୟୁପିଆଇ ଆପ୍‌ ଥିବା ମୋବାଇଲ୍‌ ଫୋନ୍‌ରେ ଉକ୍ତ କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରିବା ପରେ ମୋବାଇଲରେ ୟୁପିଆଇ ପିନ୍‌ ଏଣ୍ଟର କରିବାକୁ ପଡିବ। ଏହା ପରେ ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ।

Share