Categories: ବାଣିଜ୍ୟ

ଭାରତର ପ୍ରଥମ ପବନ-ସୌର ହାଇବ୍ରିଡ୍‌ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୯।୫: ଭାରତରେ ଗ୍ରୀନ୍‌ ଏନର୍ଜି ଡ୍ରାଇଭ୍‌କୁ ଆଗକୁ ନେବା ଉଦ୍ଦେଶ୍ୟରେ ଆଦାନୀ ଗ୍ରୀନ୍‌ର ସହାୟକ ଆଦାନୀ ହାଇବ୍ରିଡ୍‌ ଏନର୍ଜି ଜୈସାଲମେର ଓ୍ବାନ୍‌ ଲିମିଟେଡ୍‌ ପକ୍ଷରୁ ରାଜସ୍ଥାନର ଜୈସାଲମେରଠାରେ ୩୯୦ ମେଗାଓ୍ବାଟ୍‌ ବିଶିଷ୍ଟ ପବନ-ସୌର ହାଇବ୍ରିଡ୍‌ ପ୍ଲାଣ୍ଟ ଚାଲୁ କରାଯାଇଛି। ଏହି ନୂତନ ପ୍ଲାଣ୍ଟର ଭାରତୀୟ ସୌର ଊର୍ଜା ନିଗମ (ଏସ୍‌ଇସିଆଇ) ୨.୬୯ ଟଙ୍କା ପ୍ରତି କିଲୋଓ୍ବାଟ୍‌ ଘଣ୍ଟା (କେଡବ୍ଲ୍ୟୁଏଚ୍‌) ଦରରେ ବିଦ୍ୟୁତ୍‌ କ୍ରୟ ଚୁକ୍ତିନାମା (ପିପିଏ) କରାଯାଇଛି। ଏହା ଜାତୀୟ ସ୍ତରରେ ହାରାହାରି ପାଓ୍ବାର କ୍ରୟ ମୂଲ୍ୟ (ଏପିପିସି)ଠାରୁ ବହୁମାତ୍ରାରେ କମ୍‌ ରହିଛି। ପବନ-ସୌର ହାଇବ୍ରିଡ୍‌ ଶକ୍ତି ଆମ ବ୍ୟବସାୟିକ ରଣନୀତିର ଏର ମହତ୍ତ୍ୱପୂର୍ଣ୍ଣ ଦିଗ। ଏହା ଭାରତରେ ବୃଦ୍ଧି ପାଉଥିବା ଗ୍ରୀନ୍‌ ଏନର୍ଜି ଆବଶ୍ୟକତାକୁ ପୂରଣ କରିବ ବୋଲି ଏଜିଇଏଲ୍‌ର ସିଇଓ ଏବଂ ଏମ୍‌ଡି ବିନିତ୍‌ ଏସ୍‌. ଜୈନ୍‌ କହିଛନ୍ତି।

Share