Categories: ଖେଳ

ଏତିକି ଟଙ୍କାରେ ବିକ୍ରି ହେଲା ଭାରତ ପ୍ରଥମ ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୧।୧୧: ବିଶ୍ୱର ପ୍ରଥମ ଅଗମେଣ୍ଟେଡ ରିଅଲିଟି କ୍ରିକେଟ ଏନଏଫ୍‌ଟି ପ୍ଲାଟଫର୍ମ – କ୍ରିକ ଫ୍ଲିକ୍ସ ଜୋରରଦାର ଢଙ୍ଗରେ ଆରମ୍ଭ ହୋଇଛି। ଆରମ୍ଭ ହେବାର ପ୍ରଥମ ଘଣ୍ଟାରେ ସମୁଦାୟ ୧,୮୫,୦୦ ଡଲାର (୧.୩୮ କୋଟି ଟଙ୍କା) ରୋଜଗାର କରାଯାଇଥିଲା। ଭାରତର ପ୍ରଥମ ବିଶ୍ୱକପ ଟ୍ରଫି କେବଳ ୧,୧୦,୦୦୦ ଡଲାରଅର୍ଥାତ୍‌ ପ୍ରାୟ ୯୨ ଲକ୍ଷ ଟଙ୍କାରେ ଜିତିଥିଲା। ଭାରତର ୧୯୮୩ ବିଶ୍ୱକପ ଟ୍ରଫିକୁ ଏହସାନ ମୋରାଭେଜ ନାମକ ଜଣେ ବ୍ୟକ୍ତି କିଣିଚନ୍ତି। ଏହି ଟ୍ରଫି ରୂପାରେ ନିର୍ମିତ। ଏହାସହ ହୀରା ବ୍ୟତୀତ ଅନେକ ମୂଲ୍ୟବାନ ପଥର ମଧ୍ୟ ଏଥିରେ ଲଗାଯାଇଛି। ଏହା ବ୍ୟତୀତ ୧୯୮୩ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଖେଳାଳିଙ୍କ ଦ୍ୱାରା ସ୍ବାକ୍ଷରିତ ଟି-ଶର୍ଟ ମଧ୍ୟ ୫ ହଜାର ଡଲାରରେ ବିକ୍ରି ହୋଇଛି।
ଏଥିସହିତ ଟେଷ୍ଟରେ ସର୍ବାଧିକ ଉଇକେଟ ନେଇଥିବା ଶ୍ରୀଲଙ୍କାର ଅଫ ସ୍ପିନର ମୁଥିୟା ମୁରଲୀଧରନଙ୍କ ବଲ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା। ଯାହା ଦାହମ ଆରଗାଲା ନାମକ ଜଣେ ବ୍ୟକ୍ତି ଏହି ବଲ୍‌କୁ ୪୦ ହଜାର ଡଲାର (୩୦ ଲକ୍ଷ ଟଙ୍କା) ରେ କିଣିଥିଲେ। ୨୦୧୬ ରେ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଦଳର ଏକ ବ୍ୟାଟ ମଧ୍ୟ ଏହି ନିଲାମରେ ବିକ୍ରି ହୋଇଛି। ଏହି ବ୍ୟାଟ କାରିବିଆନ ଦଳର ଖେଳାଳିଙ୍କ ଦ୍ୱାରା ସ୍ବାକ୍ଷରିତ ହୋଇଥିଲା।

Share