‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ)ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ ଦି ନେଶନ’କୁ ଉଦ୍‌ଘାଟନ କରିଛନ୍ତି। ୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସ୍ବର୍ଣ୍ଣ ପଦକ ବିଜୟ କିପରି ସମଗ୍ର ଭାରତକୁ ଏକତ୍ରିତ କରିଥିଲା ଏବଂ ଭାରତୀୟ ଖେଳର ଧାରା ପରିବର୍ତ୍ତନ କରିଥିଲା ତାହା ଏଥିରେ ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ହକି ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଲୋକସେବା ଭବନର କନ୍‌ଭେନଶନ ସେଣ୍ଟରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ହକି ପ୍ରତି ଅବଦାନ ରଖିଥିବା କିମ୍ବଦନ୍ତୀ ଖେଳାଳି ଏବଂ ଐତିହାସିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ”ସ୍ବାଧୀନତା ଦିବସ ଅବସରରେ ଆମେ ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ସ୍ବାଧୀନ ଭାରତର ସ୍ବପ୍ନ ଦେଖିଥିବା ସ୍ବାଧୀନତା ସଂଗ୍ରାମୀ ଏବଂ ଅଲିମ୍ପିକ୍ସ ହକିରେ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିବା ସମସ୍ତ ଖେଳାଳିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛୁ“। ସ୍ବାଧୀନତା ସଂଗ୍ରାମରେ ଭାରତୀୟ ହକିର ଭୂମିକା ଉପରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ର ନିର୍ମାଣର ସ୍ଥୂଳ ଧାରଣା ପ୍ରକୃତରେ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ। କିମ୍ବଦନ୍ତୀ ସ୍ବାଧୀନତା ସଂଗ୍ରାମୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଜୀବନୀରେ ସେ ଅନୁପ୍ରାଣିତ ହୋଇଥିଲେ। ସ୍ବାଧୀନତା ଆନ୍ଦୋଳନ ଅବସରରେ ବ୍ରିଟିଶ୍‌ ଓ ଜର୍ମାନୀ ପରି ଔପନିବେଶିକ ଶାସକ ଦଳ ବିପକ୍ଷରେ ଭାରତର ବିଜୟରେ ସ୍ବାଧୀନତା ସଂଗ୍ରାମୀମାନେ ପ୍ରେରିତ ହୋଇଥିଲେ। ୟୁକେର ଲେଭଲ ଫିଲ୍ମସ ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ପ୍ରସ୍ତୁତ କରିଛି। ଏଥିରେ ହିଟଲରଙ୍କ ଜର୍ମାନୀ, ଗ୍ରେଟ୍‌ ବ୍ରିଟେନ ଓ ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତ କିପରି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ତାହାକୁ ସ୍ଥାନିତ କରାଯାଇଛି। ଏହି ଐତିହାସିକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଓଡ଼ିଶା ସରକାର ଓ ହକି ଇଣ୍ଡିଆ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା।
ଉକ୍ତ ସମାରୋହରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌. ଭିନିଲ କ୍ରିଷ୍ଣା ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କିମ୍ବଦନ୍ତୀ ଖେଳାଳି ଗୁରବକ୍ସ ସିଂ, ହରବିନ୍ଦର ସିଂ ଏବଂ ବର୍ତ୍ତମାନ ଭାରତୀୟ ଦଳର ସଦସ୍ୟ ରାଣୀ ରାମପାଲ, ମନପ୍ରୀତ ସିଂ, ଅମିତ ରୋହିଦାସ ଏବଂ ରାଜ୍ୟର ଅନେକ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଓ ବର୍ତ୍ତମାନର କେତେକ ହକି ଖେଳାଳି ଏବଂ ଐତିହାସିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ଅମରଙ୍କ ପରେ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡାଇ, ନବୀନଙ୍କୁ ଟାର୍ଗେଟ କରି କହିଦେଲେ ଏତେ ବଡ଼କଥା!

ଭୁବନେଶ୍ୱର,୧୮।୧୦: ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜିତ ହୋଇଛି ବିଜେଡି। ଓଡ଼ିଶାରୁ ବିଜେଡି କ୍ଷମତାଚ୍ୟୁତ ହେବା ପରେ ଏବେ ଅନ୍ତ କନ୍ଦଳ ବିଜେଡି ସୁପ୍ରିମୋଙ୍କ ମୁଣ୍ଡବିନ୍ଧାର କାରଣ...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri