Categories: ବାଣିଜ୍ୟ

ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୮.୪% ହାରରେ ବୃଦ୍ଧି ପାଇଲା ଭାରତର ଅର୍ଥନୀତି

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୮.୪ ପ୍ରତିଶତ ବୃଦ୍ଧି ପାଇଛି ଯାହା ଏକ ବର୍ଷ ପୂର୍ବେ ୪.୩ ପ୍ରତିଶତ ଥିଲା । ଗୁରୁବାର ପରିସଂଖ୍ୟାନ ଏବଂ କାର୍ୟ୍ୟକ୍ରମ କାର୍ୟ୍ୟକାରୀ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ପ୍ରଦାନ କରାଯାଇଛି।

ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ଦ୍ୱିତୀୟ ତ୍ରୈମାସରେ ଜିଡିପି ୭.୬ ପ୍ରତିଶତ ଥିଲା। ତେବେ ଗତ ଆର୍ଥିକ ବର୍ଷର ୨୦୨୨-୨୩ ର ତୃତୀୟ ତ୍ରୈମାସରେ ଜିଡିପି ୪.୪ ପ୍ରତିଶତ ଥିଲା। ପରିସଂଖ୍ୟାନ ମନ୍ତ୍ରଣାଳୟ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜିଡିପିର ଦ୍ୱିତୀୟ ଆଗୁଆ ଆକଳନ ମଧ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଜିଡିପି ୭.୬ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା ୨୦୨୨-୨୩ ମସିହାରେ ୭ ପ୍ରତିଶତ ଥିଲା।

ତୃତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତରୁ କମ୍ ରହିବ ବୋଲି ବିଶ୍ଳେଷକମାନେ ଆକଳନ କରିଥିବାବେଳେ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତୃତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ଦ୍ୱିତୀୟ ତ୍ରୈମାସରେ ମଧ୍ୟ ୭.୬ ପ୍ରତିଶତ ଅପେକ୍ଷା ଭଲରେ ଆସିଛି।
ନିର୍ମାଣ କ୍ଷେତ୍ରର ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାର (୧୦.୭ ପ୍ରତିଶତ), ତା’ପରେ ଉତ୍ପାଦନ କ୍ଷେତ୍ରର ଭଲ ଅଭିବୃଦ୍ଧି ହାର (୮.୫ ପ୍ରତିଶତ) ଫଳରେ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ବୃଦ୍ଧି ପାଇଛି।
ଚାଲୁଥିବା ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଜିଡିପି ୮.୪ ପ୍ରତିଶତ ଅଭିବୃଦ୍ଧି ପଛରେ ଏହି କ୍ଷେତ୍ରଗୁଡିକର ଅଭିବୃଦ୍ଧିକୁ ମଧ୍ୟ ମୁଖ୍ୟ କାରଣ ଭାବରେ ଦର୍ଶାଯାଇଛି।
https://twitter.com/PTI_News/status/1763174294522085385
Share