Categories: ବାଣିଜ୍ୟ

ଭାରତର ଜିଡିପି ୮.୬% ଖସିବ:ୟୁଏସ୍‌ବି

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ୮.୬% ଖସିବ ବୋଲି ସ୍ବିସ୍‌ ବ୍ରୋକ୍‌ରେଜ ଫାର୍ମ ୟୁଏସ୍‌ବି ସିକ୍ୟୁରିଟି ପକ୍ଷରୁ ଗୁରୁବାର କୁହାଯାଇଛି। ଜିଡିପି ୫.୮% ଖସିବ ବୋଲି ଏହି ଏଜେନ୍ସି ପୂର୍ବରୁ ଆକଳନ କରିଥିଲା। ସେପ୍ଟେମ୍ବର ତ୍ରୈମାସ ପରେ ଚାହିଦାରେ ଉନ୍ନତି ପରିଲକ୍ଷିତ ହେବ ବୋଲି ୟୁବିଏସ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ତନ୍‌ଭୀ ଗୁପ୍ତା ଜୈନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସଂକ୍ରମଣ ବଢୁଥିବାରୁ ଅର୍ଥବ୍ୟବସ୍ଥା ଶୀଘ୍ର ଟ୍ରାକ୍‌କୁ ଫେରିବା କଷ୍ଟକର ହେବ। ଏଭଳି ସ୍ଥିତିରେ ଲୋକମାନେ ଖର୍ଚ୍ଚ କରିବାକୁ ଆଗଭର ହେଉ ନ ଥିବା ସେ ମତ ରଖିଛନ୍ତି। ସୂଚନାଯୋଗ୍ୟ, ଚଳିତ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଜିଡିପି -୨୩.୯% ହ୍ରାସ ଘଟିଛି। କରୋନା ଯୋଗୁ ଏଭଳି ଖରାପ ସ୍ଥିତି ବଜାର ସାମ୍ନା କରିଛି।

Share