Posted inଖେଳ

ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଚେଙ୍ଗଡୁ (ଚାଇନା), ୧ା୮ଚଳିତ ୩୧ତମ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଚତୁର୍ଥ ଦିବସରେ ଭାରତୀୟ ୟୁନିଭର୍ସିଟି ଦଳର ପ୍ରତିଯୋଗୀମାନେ ତୀରନ୍ଦାଜୀ ଓ ଶୁଟିଂରେ ୨ଟି ଲେଖାଏ ସ୍ବର୍ଣ୍ଣ ପଦକ ଲାଭ କରିଥିବା ବେଳେ ଶୁଟିଂରେ ଗୋଟିଏ ରୌପ୍ୟ ଏବଂ ତୀରନ୍ଦାଜୀରେ ଗୋଟିଏ ରୌପ୍ୟ ପଦକ ପାଇଛି। ସଙ୍ଗମପ୍ରୀତ ସିଂ ଓ ଅଭନିତ କୌର କମ୍ପାଉଣ୍ଡ ତୀରନ୍ଦାଜୀରେ ଚାମ୍ପିୟନ ହୋଇଥିବା ବେଳେ ଭାରତ ଏହି କ୍ରୀଡ଼ାରେ ୩ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ତିନୋଟି ବ୍ରୋଞ୍ଜ ହାସଲ କରିଛି। ଓଭର ଅଲ୍‌ ଭାରତ ୯ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୫ ବ୍ରୋଞ୍ଜ ସହ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଚାଇନା (୧୭-୫-୪) ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହା ପଛକୁ ପଛ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୋରିଆ (୧୦-୧୦-୪) ଓ ଜାପାନ (୧୦-୬-୭) ରହିଛନ୍ତିି। ପୂର୍ବରୁ ଭାରତୀୟ ଦଳ ଏହାର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୫ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ କରିଥିଲା। ସେଥିରେ ୧ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୩ ବ୍ରୋଞ୍ଜ ପାଇଥିଲା। ମାତ୍ର ଚଳିତ ସଂସ୍କରଣରେ ଭାରତ ଏହି ସଂଖ୍ୟାକୁ ଅତିକ୍ରମ କରିଯାଇଛି। ସମସ୍ତ ୩ ସ୍ବର୍ଣ୍ଣ କମ୍ପାଉଣ୍ଡ ବିଭାଗରୁ ଆସିଛି। ବ୍ୟକ୍ତିଗତ ପୁରୁଷ ବିଭାଗରେ ବିସ୍‌ଲା, ମହିଳାରେ ଅଭିନୀତ ଏବଂ ମିକ୍ସଡ ଟିମ୍‌ରେ ସାଇନି ଓ ପ୍ରଗତି ସମସ୍ତ ୩ ସ୍ବର୍ଣ୍ଣ ଜିତିଛନ୍ତି। କମ୍ପାଉଣ୍ଡ ତୀରନ୍ଦାଜମାନେ ଆହୁରି ମଧ୍ୟ ଦୁଇଟି ବ୍ରୋଞ୍ଜ ପଦକ ପୁରୁଷ ଟିମ୍‌ (ରିଷଭ ଯାଦବ, ସାଇନି ଓ ବିସ୍‌ଲା) ଏବଂ ପୁରୁଷ ବ୍ୟକ୍ତିଗତ ବିଭାଗରେ ହାସଲ କରିଛି। ରିକର୍ଭ ତୀରନ୍ଦାଜମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ତେବେ ସଙ୍ଗୀତା, ତନିଶା ବର୍ମା ଓ ରୀତା ସାଓ୍ବାନ୍‌ଙ୍କୁ ନେଇ ମହିଳା ଦଳ ଏକ ବ୍ରୋଞ୍ଜ ଜିତିଛି।
ଶୁଟିଂରେ ଐଶ୍ୱରିଙ୍କୁ ହ୍ୟାଟ୍ରିକ ସ୍ବର୍ଣ୍ଣ
ସୋମବାର ଭାରତୀୟ ଶୁଟରମାନେ ୨ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଛନ୍ତି। ଐଶ୍ୱରୀ ପ୍ରତାପ ସିଂ, ଦିବ୍ୟାଂଶ ସିଂ ପନଓ୍ବାର, ଅର୍ଜୁନ ବବୁତାଙ୍କୁ ନେଇ ଭାରତୀୟ ପୁରୁଷ ଦଳ ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥି ସହିତ ଦଳ ବିଶ୍ୱରେକର୍ଡ ଭଙ୍ଗ କରିଛି। ଭାରତୀୟ ୟୁନିଭର୍ସିଟି ଟିମ୍‌ ୧୮୯୪.୭ ପଏଣ୍ଟ ସ୍କୋର କରି ଟାଇଟଲ ଜିତିଛି। ୨୦୧୮ରେ ଚାଇନା ଏହାଠାରୁ ୭.୩ ପଏଣ୍ଟ କମ୍‌ ସ୍କୋର କରି ବିଶ୍ୱ ରେକର୍ଡର ଅଧିକାରୀ ଥିଲା। ଏଠାରେ ଚାଇନା (୧୮୮୧.୯) ରୌପ୍ୟ ଏବଂ କାଜାଖସ୍ତାନ (୧୮୭୮.୨) ବ୍ରୋଞ୍ଜ ପାଇଛି। ଅନ୍ୟପକ୍ଷରେ ପୁରୁଷ ୧୦ ମିଟର ରାଇଫଲରେ ଭାରତର ଐଶ୍ୱରି ପ୍ରତାପ ସିଂ ତୋମାର (୨୫୨.୬) ସ୍ବର୍ଣ୍ଣ ଜିତିଥିବା ବେଳେ ରୌପ୍ୟପଦକ ଭାରତର ଦିବ୍ୟାଂଶ ସିଂ ପନଓ୍ବାର (୨୫୧.୦) ରୌପ୍ୟ ଏବଂ ଚାଇନାର ସଙ୍ଗ ଉହାନ (୨୨୯) ବ୍ରୋଞ୍ଜ ପାଇଥିଲେ। ଭାରତୀୟ ଶୁଟିଂ ଟିମ୍‌ ସଦସ୍ୟ ଐଶ୍ୱରି ପ୍ରତାପ ସିଂ ତୋମାର ଚଳିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ୩ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଜିତି ଚହଳ ସୃଷ୍ଟି କରିଛନ୍ତି। ସେ ପୁରୁଷ ୧୦ ମିଟର ଏୟାର ରାଇଫଲ, ପୁରୁଷ ୫୦ ମିଟର ରାଇଫଲ ୩ ପୋଜିଶନ, ପୁରୁଷ ୧୦ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ହାସଲ କରିଥିବା ବେଳେ ୫୦ମିଟର ରାଇଫଲ ୩ ପୋଜିଶନ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri