Advertisement
Categories: ବାଣିଜ୍ୟ

ଆରବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ଏହି ଦୁଇ ବ୍ୟାଙ୍କ ଉପରେ ଲଗାଇଲା ଜୋରିମାନା, ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ, ୧୭।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ମଙ୍ଗଳବାର ଘରୋଇ କ୍ଷେତ୍ରର ଦୁଇ ପ୍ରମୁଖ ଆଇସିଆଇସିଆଇ ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛନ୍ତି। ଆରବିଆଇ ଉଭୟ ବ୍ୟାଙ୍କ ଉପରେ ଯଥାକ୍ରମେ ୧୨.୧୯ କୋଟି ଟଙ୍କା ଏବଂ ୩.୯୫ କୋଟି ଟଙ୍କା ଜୋରିମାନା ଲଗାଇଛନ୍ତି।

ଆରବିଆଇ ଜୋରିମାନା ଲଗାଇ କହିଛି ଯେ, ଏହି ଦୁଇ ବ୍ୟାଙ୍କ ରେଗୁଲେଟରି ନିୟମର ଅନୁପାଳନ କରି ନଥିବାରୁ ଜୋରିମାନା ଲଗାଯାଇଛି। ଋଣ ଏବଂ ଅଗ୍ରିମ ସହିତ ଜଡିତ ନିୟମ ଏବଂ ଠକାମୀ, ଏବଂ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନକାରୀ ନିୟମ ଉଲଂଘନ କରିଥିବା ଅଭିଯୋଗ ମିଳିବା ପରେ ଆଇସିଆଇସିଆଇ ବ୍ୟାଙ୍କ ଉପରେ ୧୨.୧୯ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଛି।

ସେହିପରି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏହାର ଆର୍ଥିକ ସେବା ସହିତ ଜଡିତ ବାର୍ଷିକ ସମୀକ୍ଷାରେ ବିଭିନ୍ନ ତଥ୍ୟ ଦେବାରେ ବିଫଳ ହୋଇଥିଲା। ଏହା ସହିତ ବ୍ୟାଙ୍କ ଏହା ମଧ୍ୟ ସୁଣିଛିତ କରିବାରେ ବିଫଳ ହୋଇଥିଲା ଯେ ସନ୍ଧ୍ୟା ୭ଟା ପରେ ଏବଂ ୭ଟା ପୂର୍ବରୁ ଗ୍ରାହକମାନଙ୍କୁ ସମ୍ପର୍କ କରାଯାଉ ନଥିଲା । ସେହିପରି ଋଣ ଗୁଡିକ ଫୋର୍ସକ୍ଲୋଜର ଉପରେ କୌଣସି ଚାର୍ଜ ନଥିଲେ ମଧ୍ୟ ବ୍ୟାଙ୍କ ଏହି ଚାର୍ଜ ଲଗାଉଥିଲା। ତେଣୁ କରି ଏହି ସମସ୍ତ ନିୟମ ଉଲଂଘନ କାରଣରୁ ଏହି ଦୁଇ ବ୍ୟାଙ୍କ ଉପରେ ଆରବିଆଇ ଜୋରିମାନା ଲଗାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share