ଯେଉଁ ଦେଶରେ ହିନ୍ଦୁଙ୍କ ପ୍ରତି ହେଉଛି ଅତ୍ୟାଚାର, ସେହି ଦେଶର ଲୋକଙ୍କୁ ସମର୍ଥନ କରି ଭାରତର ଭାବମୂର୍ତ୍ତି ହେଉଛି କ୍ଷୁଣ୍ଣ

ଢାକା,୩୧ା୮: ପୁଲ୍‌ଓ୍ବାମା ଆକ୍ରମଣ ପରେ ବାଂଲାଦେଶରେ ରାଜନୈତିକ ସ୍ଥିତି ପୂର୍ବ ଭଳି ନ ଥିଲା। ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଗଠିତ ମଧ୍ୟବର୍ତ୍ତୀକାଳୀନ ସରକାରରେ ମଧ୍ୟ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ଜାରି ରହିଥିଲା। ବିଏନ୍‌ପି ସାଧାରଣ ସମ୍ପାଦକ ମିର୍ଜା ଫାକ୍‌ରୁଲ୍‌ ଇସଲାମ ଆଲାମଗିର ଶେଖ୍‌ ହାସିନାଙ୍କ ପ୍ରତ୍ୟର୍ପଣ ଦାବି କରିଛନ୍ତି।

ସେ କହିଛନ୍ତି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଆବଶ୍ୟକ। ଯଦି ଏହା ନ ହୁଏ ତେବେ ଭାରତରେ ହାସିନାଙ୍କ ଉପସ୍ଥିତି ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଖରାପ ହୋଇପାରେ। ବାସ୍ତବରେ ଏକ ସାକ୍ଷାତକାରରେ ମିର୍ଜା ଏପରି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ କ୍ଷମତାକୁ ଆସିବା ପରେ ଶେଖ ହାସିନାଙ୍କ ଆଓ୍ବାମୀ ଲିଗ୍‌ ଶାସନ ସମୟରେ ସ୍ବାକ୍ଷରିତ ଆଦାନୀ ଶକ୍ତି ଚୁକ୍ତି ସମୀକ୍ଷା କରାଯିବ।

ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ସହ ଅଧିକ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବାଂଲାଦେଶରେ ଭାରତର ସୁରକ୍ଷା ବିରୋଧରେ ଏନ୍‌ଏନ୍‌ପିପି କୌଣସି ପ୍ରକାର କାର୍ଯ୍ୟକଳାପକୁ ଅନୁମତି ଦେବ ନାହିଁ। ସେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆଭ୍ୟନ୍ତରୀଣ ବିଷୟ ବୋଲି ବର୍ଣ୍ଣନା କରି କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବାରୁ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣର ଖବର ନିଶ୍ଚିତ ଭାବରେ ଭୁଲ୍‌ ଅଟେ। ସେ କୁହନ୍ତି, ଯଦି ଭାରତ ହାସିନାଙ୍କୁ ପ୍ରତ୍ୟର୍ପଣ ନ କରନ୍ତି ତେବେ ସମ୍ପର୍କ ଆହୁରି ଖରାପ ହୋଇପାରେ।

ସେ କହିଛନ୍ତି, ଯଦି ଆମେ କ୍ଷମତାକୁ ଆସିବା ତେବେ ଭାରତ ସହ ଅଧିକ ସମ୍ପର୍କ ସ୍ଥାପନ ତଥା ଅତୀତର ମତଭେଦ ଦୂର କରିବାକୁ ଉଦ୍ୟମ କରାଯିବ। ବାଂଲାଦେଶରେ ହାସିନା ଏବଂ ଆଓ୍ବାମୀ ଲିଗ ସମାଲୋଚନାର ଯୋଗ୍ୟ। ଏଭଳି ପରିସ୍ଥିତିରେ ଭାରତ ସେମାନଙ୍କୁ ସମର୍ଥନ କରି ନିଜର ଭାବମୂର୍ତ୍ତିକୁ କ୍ଷୁଣ୍ଣ୍‌ କରୁଛି। ସେ ଜୋର୍‌ ଦେଇ କହିଛନ୍ତି, ଏଭଳି ପରିସ୍ଥିତିରେ ଯଦି ଭାରତ ହାସିନାଙ୍କୁ ସମର୍ଥନ କରେ, ତେବେ ବାଂଲାଦେଶରେ ଭାରତ ଉପରେ ଅସନ୍ତୋଷ ବୃଦ୍ଧି ପାଇବ, ଏହାଦ୍ୱାରା ସମ୍ପର୍କ ଆହୁରି ଖରାପ ହେବ।

Share